ଧାମନଗର – ଦିବଂଗତ ବିରୋଧୀ ଦଳର ଉପନେତା କବି, ସାହିତ୍ୟିକ “ଘାସଫୁଲ” ପତ୍ରିକାର ସଂପାଦକ ଏବଂ ସୁ ବକ୍ତା ତଥା ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ତିରୋଧାନରେ ତାଂକ ଅମର ଆତ୍ମାର ସଦଗତି କାମନା କରି ଏକ ଶୋକସଭା ମଙ୍ଗଳବାର ଧାମନଗର ମହାବିଦ୍ୟାଳୟରେ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାଧ୍ୟାପକ ଡ଼ ସମୀର କୁମାର ହୁଇ,ବନମାଳି ଦାଶ,ମହମ୍ମଦ ଇସ୍ରାଇଲ,ବିନାୟକ ସାହୁ, ପ୍ରଦୀପ ରାୟ,ସଂଜୟ କୁମାର ପଣ୍ଡା, ବାସ୍ତବିକା ଦାସ, ସ୍ମରଣିକା ପ୍ରଧାନ, ଆଦ୍ୟାରଶ୍ମି ମିଶ୍ର,ଅଧ୍ୟାପକ ସନ୍ଦୀପ କୁମାର ଘୋଷ, ଓ ପ୍ରକାଶ ଚନ୍ଦ୍ର ମହାପାତ୍ର,କଲ୍ୟାଣୀ ଦାଶ, ସଜଲ ମହାନ୍ତି,ଜିଜ୍ଞାସୁ ଦାଶ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ସେଠୀ କଲେଜର ଜଣେ ଶୁଭେଚ୍ଛୁ ଥିଲେ ବୋଲି ସ୍ମୃତି ଚାରଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ସରକାରୀ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।