ଦିନରେ ରାଜନୀତି ସାହିତ୍ୟରେ ସାରାରାତି ସେହି ଥିଲେ ଦିବଂଗତ ବିଷ୍ଣୁ ସେଠୀ 

ଧାମନଗର-  ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦିବଂଗତ ବିରୋଧୀ ଦଳର ଉପନେତା, କବି, ସାହିତ୍ୟିକ ‘ଘାସଫୁଲ’ ପ୍ରତିକାର ସମ୍ପାଦକ ଏବଂ ସୁବକ୍ତା ତଥା ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ତିରୋଧାନରେ ତାଙ୍କ ଅମର ଆତ୍ମାର ସଦଗତି କମାନାକରି ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ବୁଧବାର ହୋଇଯାଇଛି। କାନ୍ତସାହିତ୍ୟ ପରିଷଦ ଧାମନଗର ପକ୍ଷରୁ ସଭାପତି ଶିକ୍ଷାବିତ ରସାନନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ଶଚୀକାନ୍ତ ପଣ୍ଡା,ମହେଶ୍ବର ସ୍ୱାଇଁ,ନିରାକାର ଧଳ,ପ୍ରଧାନ ଶିକ୍ଷକ ହେମେନ୍ଦ୍ର ନାଥ ମହାନ୍ତି, ମନୋଜ କୁମାର ସିଂହ, ସୁଧୀର ନାୟକ,ନଗର ସଭାପତି ସୁଶାନ୍ତ କୁମାର ରାଉତ,ପୟାଧର ବେହେରା,ଏମଡି ହବିବୁର ରହେମାନ,ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର, ସୁଧାକର ଦାଶ, ସେକ ଜାଫର ଅଲ୍ଲୀ, ସଂଜୀବ ମହାନ୍ତି,ଆଇନଜିବୀ ଅମରେନ୍ଦ୍ର ମହାନ୍ତି,ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ସେଠୀ ସେ ଜଣେ ନିର୍ଭୀକ ସାମ୍ବାଦିକ,ରାଜନେତା,ରାଜ୍ୟ ରାଜନୀତିକୁ ହଟଚମଟ କରୁଥିଲେ ଏବଂ ଦରଦୀ ଓ ଭଲମଣିଷ ଥିଲେ ବୋଲି ସଭାରେ ଅତିଥି ମାନେ ମତ ପ୍ରକାଶ କରିଥିଲେ।

Leave A Reply

Your email address will not be published.