ବଂଶଧାରା ନଦୀ ବାଲି ଉଠାଣ ମାମଲା ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ବିରୋଧ ନେଇ ଜଣେ କାର୍ଯ୍ୟରତ ସାମ୍ବାଦିକ ଙ୍କ ନାମ ରେ ମିଥ୍ୟା ମାମଲା ନେଇ ପ୍ରେସ ୟୁନିଅନ ର ଗୁଣୁପୁର ଥାନା ଅଧିକାରୀ ଙ୍କ ସହ ଆଲୋଚନା
ରାୟଗଡ- ରାୟଗଡ ଜିଲ୍ଲା ଗୁଣୁପୁର ଉପଖଣ୍ଡ ତହସିଲ ଅଧିନସ୍ତ ବଂଶଧାରା ନଦୀ ପଠାରୁ ବାଲି ଉଠାଣ କୁ ନେଇ ଗୁଣୁପୁର ପୌର ପରିଷଦ ର କତୁରୁ ଗ୍ରାମବାସୀ ଙ୍କ ରାୟଗଡା ଜିଲ୍ଲାପାଳ ସ୍ୱାଧୀ ଦେବ ସିଂ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼କ୍ଟର ବିବେକାନନ୍ଦ ଶର୍ମା ଙ୍କୁ ଚଳେଇ ଚଳେଇ ନେବା ଘଟଣା ରେ ମୁଖ୍ୟ ଆସାମୀ ସଞ୍ଜୟ ସାହୁ ଙ୍କ ସହ ଉଭୟ କତୁରୁ ଏବଂ ବିକ୍ରମପୁର ର 45 ରୁ ଉର୍ଦ୍ଧ ଲୋକଙ୍କ ନାମରେ ମାମଲା ରୁଜ୍ଜୁ କଲା ଗୁଣୁପୁର ପୋଲିସ ଏହି ମାମଲା ରେ ଗୁଣୁପୁର ର ଜଣେ କାର୍ଯ୍ୟରତ ସାମ୍ବାଦିକ ନରସିଂହ ମହାନ୍ତି ଙ୍କ ନାମ ରେ ମିଥ୍ୟା ମାମଲା ଥିବାରୁ ଏବଂ ନରସିଂହ ମହାନ୍ତି ଙ୍କ ନିବେଦନ କୁ ଆଧାର କରି ଆଜି ଗୁଣୁପୁର ପ୍ରେସ ୟୁନିଅନ ର ସଭାପତି ପ୍ରମୋଦ କୁମାର ସାହୁ ଙ୍କ ନେତୃତ୍ୱ ରେ ପ୍ରେସ ୟୁନିଅନ ର ଏକ ଦଳ ଗୁଣୁପୁର ଆଦର୍ଶ ଥାନା ଅଧିକାରୀ ନୀଳାମ୍ବର ଜାନି ଙ୍କୁ ଭେଟି ଏ ବାବଦରେ ଆଲୋଚନା କରିଛନ୍ତି ନରସିଂହ ମହାନ୍ତି ଜଣେ କାର୍ଯ୍ୟରତ ସାମ୍ବାଦିକ ଏବଂ ଏହି ବାଲି ଉଠାଣ ମାମଲା ରେ ତାଙ୍କ ନାମ ଥିବାରୁ ପୋଲିସ ଆବଶ୍ୟକ ନ୍ୟାୟ ଦେବାକୁ ପ୍ରେସ ୟୁନିଅନ ତରଫରୁ ଥାନା ଅଧିକାରୀ ଙ୍କୁ ଜଣାଇ ଦିଆ ଯାଇଥିଲା ଥାନା ଅଧିକାରୀ ନୀଳାମ୍ବର ଜାନି ଏବଂ ତଦନ୍ତ କାରୀ ଅଧିକାରୀ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆମ ଟିମ କୁ ନିର୍ଭର ପ୍ରତିଶୃତି ଦେଇଛନ୍ତି । ଗୁଣୁପୁର ପ୍ରେସ ୟୁନିଅନ ସବୁ ବେଳେ ଲୋକଙ୍କ ପାଇଁ ଏବଂ ଗୁଣୁପୁର ତଥା ରାୟଗଡା ଜିଲ୍ଲାର ବିକାଶ ପାଇଁ କାମ କରିବ ବୋଲି ପ୍ରେସ ୟୁନିଅନ ର ସଭାପତି ପ୍ରମୋଦ ସାହୁ ଜଣାଇଛନ୍ତି । ଏହି ସାକ୍ଷାତ ସମୟରେ ପ୍ରେସ ୟୁନିଅନ ର ସମ୍ପାଦକ ରାଜେଶ ପଣ୍ଡା ଆବାହକ ଅନିଲ ସାହୁକାର ବ୍ରଜ ପାଢ଼ୀ ସନ୍ତୋଷ ଗୁରୁ ରାମ ମହାନ୍ତି ରବି ମୋହିନୀ ସନ୍ତୋଷ ସୁବୁଦ୍ଧି ସୁନୀଲ ସାବତ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି କିଛି ବାଲି ମାଫିଆ ଙ୍କ ନିର୍ଦେଶରେ ଏହି ଷଡଯନ୍ତ୍ର କରାଯାଇଥିବା ଅନୁମାନ କରା ଯାଇଛି।