ଯେକୌଣସି ସରକାରୀ କାର୍ଯ୍ୟ ଆରମ୍ବ ଠାରୁ ଶେଷ ପର୍ଯ୍ୟନ୍ତ ତଦାରଖ ଓ ଏହାର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ।କିନ୍ତୁ ତଦାରଖର ଅବହେଳା ଯୋଗୁଁ ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ ।ପ୍ରତିଟି ମୁହୂର୍ତ୍ତରେ ଜୀବନ ମରଣ ସହିତ ଖେଳ ଖେଳୁଛନ୍ତି ଗ୍ରାମବାସି । ।ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ବେଣାଗାଡ଼ିଆ ଗ୍ରାମରେ ନିର୍ମାଣ ହୋଇଥିବା ଡ୍ରେନରେ ଫୁଟ ମ୍ୟାଟ ପଡିନ ଥିବା ଦେଖିବାକୁ ମିଳିଛି ।ଯେଉଁ ସିଧାରେ ଘରକୁ ଯିବା ଆସିବା କରୁଛନ୍ତି ଲୋକେ କେବଳ ସେହି ଜାଗାରେ ଗୋଟେ ଫୋଟମ୍ୟାଟ ପକାଇ ଦେଉ ଅନ୍ୟ ସ୍ଥାନରେ ସେମିତି ଖୋଲା ପଡିଥିବାର ଦେଖିବାକୁ ମିଳିଛି । ଗୋଟିଏ ପଟେ ଅମୂଲ୍ୟ ଜୀବନ ମୁକୁଳା ଡ୍ରେନରେ ପଡି ବହୁ ଜୀବନ ହାନି ହେଉଥିବା ଖବର ପ୍ରତିଦିନ ଆସୁଥିବା ବେଳେ ଠିକାଦାର ମୁକୁଳା ଡ୍ରେନ କିପରି ଛାଡି ଦେଉଛନ୍ତି ତାହା ଏକ ଚିନ୍ତା ର ବିଷୟ ପାଲଟିଛି ।ଫଳକରେ ସୂଚନା ଅନୁଯାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ଖୁଦ ବିଭାଗୀୟ ବିଭାଗୀୟ ହୋଇଥିବା ବେଳେ କିପରି ମୁକୁଳା ଛାଡି ଦେଇଛନ୍ତି ଡ୍ରେନକୁ ।ଘରକୁ ଗୋଟିଏ ଦୁଇ ଚକିଆ ଯାନ ନେବାକୁ ମଧ୍ୟ ଡର ଲାଗୁଛି ଗୋଟିଏ ଫୋଟମ୍ୟାଟରେ ।ଏପଟେ ଛୁଟ ଛୁଟ ପିଲାମାନେ ଖେଳୁଥିବା ଅବସ୍ଥାରେ କାହାର କିଛି ଅଘଟଣ ନଘଟୁ ବୋଲି ପ୍ରତିଟି ସମୟରେ ଡ୍ରେନ ପାଇଁ ନାହିଁ ନଥିବା ଅବସ୍ଥା ସମ୍ମୁଖୀନ ହେଉଛନ୍ତି ଲୋକେ ବୋଲି ଅଭିଯୋଗ କରିଛନ୍ତି । ଏହାକୁ ନେଇ ନିଘୋଡ଼ ନିଦରେ ବିଭାଗୀୟ ଅଧିକାରୀ ଶୋଇ ରହିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି କି କୌଣସି ବି ପରିସ୍ଥିତି ରେ ଡ୍ରେନ ମୁକୁଳା ରହିବ ନାହିଁ । ହେଲେ ଖଣି ଅଞ୍ଚଳରେ ମୁକୁଳା ଡ୍ରେନ ବ୍ୟବସ୍ଥା ଏହି ନିୟମକୁ ଖୋଲା ଖୋଲି ଉଲଂଘନ କରୁଥିବା ଦେଖିବାକୁ ମିଳିଛି ।ଏଠି ଘୋଷଣା ଓ କାର୍ଯ୍ୟ ଭିତରେ ଅନେକ ଫରକ ରହିଥିବା ଦେଖିବକୁ ମିଳିଛି । ମୁକୁଳା ଡ୍ରେନ ପାଖରେ ଉକ୍ତ ଗ୍ରାମର ଶିଶୁ ଖେଳୁଥିବା ବେଳେ ଯଦି କିଛି ଅଘଟଣ ଘଟି ଯାଏ ଏଥି ପାଇଁ କିଏ ଦାୟୀ ରହିବେ କହିବେ କି ବିଭାଗୀୟ ଅଧିକାରୀ ନା ଠିକାଦାର ? ବିଭାଗୀୟ ଅଧିକାରୀ ଏଠି ନିଜର କର୍ତ୍ତବ୍ୟ ସାରିଦେଇ ଚୁପବସି ପଡିଥିବା ବେଳେ ମରଣଯନ୍ତା ପାଲଟି ଥିବା ଡ୍ରେନ ର କାହାରବି ନିଘା ନଥିବା ଘଟଣା ଆଶ୍ଚର୍ଯ୍ୟ ଓ ଚକିତ କରୁଛି । କେବେ ହେବ ଏହାର ସମାଧାନ କିଛି ଦୁର୍ଘଟଣା ଘଟିବା ପରେ କି ପୂର୍ବରୁ ତାହା ଦେଖିବକୁ ବାକି ରହିଲା ।ଏହାର ମତାମତ ପାଇଁ କନିଷ୍ଠଯନ୍ତ୍ରୀ ସୁଶିଲ କୁମାର ହେମ୍ବ୍ରମଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ରିଙ୍ଗ ହୋଇଥିଲା କିନ୍ତୁ କଲ ରିସିଭ କରିନଥିଲେ ।ଏଠି ଜାଣି ଶୁଣି ଫୋନ ରିସିଭ କରୁନଥିବାରୁ ସ୍ପଷ୍ଟ ବାରି ହୋଇପଡ଼ୁଛି କି ଖଣିଜ ଅନୁଦାନ ପାଣ୍ଠିର ହରିଲୁଟ କରୁଛନ୍ତି ବିଭାଗୀୟ ଅଧିକାରୀ,ନଚେତ ତଥ୍ୟ ଦେବାକୁ ଏତେ ଭୟ କାହିଁକି ?ଯଥା ଶୀଘ୍ର ମୁକୁଳା ଡ୍ରେନରେ ଫୋଟମ୍ୟାଟ ପକାନ୍ତୁ ନଚେତ ଡ୍ରେନ ଭାଙ୍ଗି ନେଇଯାଅନ୍ତୁ ବୋଲି ଦାବି ହୋଇଛି ।