ରାଇରଙ୍ଗପୁର – ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଗୋଷ୍ଠୀ ସାଧନ କେନ୍ଦ୍ରରେ ରାଇରଙ୍ଗପୁର ବ୍ଳକ ଅଧୀନରେ ଥିବା ଶ୍ରବଣ ବାଧୀତ ଓ ବାକଶକ୍ତି ଅକ୍ଷମତା ପିଲାଙ୍କ ପାଇଁ ତ୍ରୀଦୀବସୀୟ ସଚେତନତା ଓ ତାଲିମ ଶିବିର ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବରିଷ୍ଠ) ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାଳିକଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଛି । ଏଥିରେ ଏବିଇଓ କାର୍ତ୍ତିକ ଚନ୍ଦ୍ର କାରୁଆ,ସିଆରସିସି ମନୋରଞ୍ଜନ ମଣ୍ଡଳ,ସିଆରସିସି ଆଶୀଷ କୁମାର ମଣ୍ଡଳ,ଜୁନିଅର ରେଡକ୍ରସ ଶିକ୍ଷା ଅଧିକାରୀ ସ୍ମୃତି ରଂଜନ ପାଣି ପ୍ରମୁଖ ଉପସ୍ଥିତ ରହି ଦିବ୍ଯାଙ୍ଗ ପିଲା ଓ ଅଭିଭାବକମାନଙ୍କୁ ସରକାରଙ୍କ ଦିଵ୍ଯାଙ୍ଗମାନଙ୍କ ପାଇଁ ବହୁବିଧ ଯୋଜନା ପ୍ରଣୟନ କରିଥିବା ଅବଗତ କରାଇଥିଲେ ।ତଦସହ ସେମାନଙ୍କ ମନୋବଳ ସୁଦୃଢ ପାଇଁ କିଛି ବକ୍ତବ୍ୟ ଉପସ୍ଥାପନ କରିଥିଲେ ।ଦିବ୍ଯାଙ୍ଗମାନେ ଆଉ ନିଜର,ପରିବାରର ଓ ସମାଜର ବୋଝ ହୋଇ ରହିବେ ନାହିଁ । ସେମାନେ ନିଜକୁ ନିଜେ ସକ୍ଷମ ହୋଇପାରିବେ ।ବିଆରଟି ମହେଶ୍ୱର ମହାପାତ୍ର,ପ୍ରଶିକ୍ଷିକା ସାଗରିକା ପଣ୍ଡା ଉପସ୍ଥିତ ୩୨ ଜଣ ଦିଵ୍ଯାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକ/ଅଭିଭାବିକା ମାନଙ୍କୁ ଶ୍ରବଣ ବାଧୀତ ଓ ବାକଶକ୍ତି ଅକ୍ଷମତା ସମସ୍ୟା ଦୂର ପାଇଁ ବିଭିନ୍ନ କୌଶଳ,ତାଲିମ ପ୍ରଦାନ କରିଥିଲେ । ପୂର୍ବରୁ କିଛି ପ୍ରଶିକ୍ଷିତ ଦିବ୍ଯାଙ୍ଗମାନେ ଉପକୃତ ସହୋଇଥିବା ଅଭିଭାବକମାନେ କହିଥିଲେ ।