୧୦ ଦଫା ଦାବି ନେଇ ପ୍ରଧାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ  ଦାବିପତ୍ର ପ୍ରଦାନ

ବାରିପଦା- ଭାରତୀୟ ମଜଦୂର ସଂଘ ଦ୍ବାରା ପରିଚାଳିତ ରାଜ୍ୟ ଆଶା କର୍ମୀ ସଂଘ ମୟୂରଭଞ୍ଜ ଶାଖା ପକ୍ଷରୁ ଆଜି ବାରିପଦା ଷ୍ଟାଡିୟମ୍  ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ୧୦ ଦଫା ଦାବି ନେଇ ମାନ୍ୟବର ପ୍ରଧାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ପ୍ରଥମେ ସମ୍ମିଳନୀ କକ୍ଷରେ ରାଜ୍ୟ ପଦାଧିକାରୀ ତଥା ଜିଲ୍ଲା ଉପଦେଷ୍ଟା ନିଗମାନନ୍ଦ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଉଦଘାଟନ କରିଥିଲା ବେଳେ ଆଶାକର୍ମୀ ସଂଘର ଜିଲ୍ଲା ସଭାନେତ୍ରି ସୁନାମଣି ଚାମ୍ପେୟାର ସଭାପତିତ୍ଵ କରିଥିଲେ ଏବଂ ସାଧାରଣ ସମ୍ପାଦିକା ଅନୁପମା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ।ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବି.ଏମ୍.ଏସ୍.ର ମୟୂରଭଞ୍ଜ ଜିଲ୍ଲା ପ୍ରଭାରୀ ଶ୍ରୀ ଡାକ୍ତର ମହାନ୍ତ, ମୁଖ୍ୟବକ୍ତା,ଆଶାକର୍ମୀ ସଂଘର ମୟୂରଭଞ୍ଜ ପ୍ରଭାରୀ କୁମଦେଇ,ପଦାଧିକାରୀ- ଶ୍ରୀ ନିଗମାନନ୍ଦ ପଟ୍ଟନାୟକ,ବି.ଏମ୍.ଏସ୍.ର ଜିଲ୍ଲା ସମ୍ପାଦକ- ବୋଡ୍ ରଜତ ମହାନ୍ତ, ସହସମ୍ପାଦକ ଦେବାଶିଷ ନାଏକ ,

ସଂଗଠନ ସମ୍ପାଦକ କୌଶିକ କାଶ୍ୟପ ମହାନ୍ତି ଓ ଭିମ ଚରଣ ମହାକୁଡ ପ୍ରମୁଖ ମଞ୍ଚାସିନ ଥିଲେ।

ମୁଖ୍ୟ ଅତିଥି ଡାକ୍ତର ମହାନ୍ତ କହିଛନ୍ତି ଯେ କରୋନା ମହାମାରୀ ରେ ରାଜ୍ୟରେ ବହୁ ଆଶାକର୍ମୀ ଜୀବନ ହରାଇଥିଲେ ଏବଂ ସେମାନଙ୍କୁ କରୋନ ଯୋଦ୍ଧା ଭାବେ ୫୦ ଲକ୍ଷ୍ୟ ଘୋଷଣା କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନେ ପାଇପାରିନାହାନ୍ତି।ତେଣୁ ଆଶାକର୍ମୀ ମାନଙ୍କ ପ୍ରତି ଏହା ବିଶ୍ବାସ ଘାତ ହୋଇଛି। ସେହିଭଳି ଶ୍ରୀ ନିଗମାନନ୍ଦ ପଟ୍ଟନାୟକ କହିଛନ୍ତି ନିଜକୁ ସ୍ବେଚ୍ଛାସେବୀ ବା ସମାଜସେବୀ କହୁଥିବା ବିଧାୟକ, ଏମ.ପି ମାନେ ନିଜ ପାଇଁ ରାଜ କୋଷରୁ ଲକ୍ଷ ଲକ୍ଷ ଟଙ୍କା ଦରମା ଓ ପେନସନ ନେବାପାଇଁ ହକଦାର ହେଉଛନ୍ତି ହେଲେ ହଜାର ହଜାର ଆଶାକର୍ମୀ ଦିନ ରାତି ପରିଶ୍ରମ କରି ସୁଦ୍ଦା ସର୍ବନିମ୍ନ ଦରମା ପାଇପାରୁ ନାହାନ୍ତି ଏହାଠାରୁ ଆଉ ଲଜ୍ୟାକର ବିଷୟ କ’ଣ ଥାଇପାରେ ? ବୋଲି ସେ ପ୍ରଶ୍ନ କରିଛନ୍ତି।ତେବେ ମୁଖ୍ୟ ବକ୍ତା କହନ୍ତି ଭାରତୀୟ ମଜଦୁର ସଙ୍ଘ ଏକ ଅଣରାଜନୈତିକ ଶ୍ରମିକ ସଂଗଠନ।ତାହାରି ପତାକା ତଳେ ଆମେ ରହି ଗର୍ବ ଅନୁଭବ କରିବା ଉଚିତ।ସେହିଭଳି ଉକ୍ତ ସଭାରେ ବି.ଏମ.ଏସ ଜିଲ୍ଲା ସଭାନେତ୍ରୀ ସରସ୍ଵତୀ ଟୁଡୁ କହନ୍ତି ମୟୁରଭଞ୍ଜ ଜିଲ୍ଲାରେ ଭାରତୀୟ ମଜଦୁର ସଙ୍ଘ କୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇ ତାକୁ ମଜବୁତ କରିବା ପାଇଁ ସବୁ ବର୍ଗ, ସବୁସ୍ତରରେ ପ୍ରୟାସ କରିବା ଉଚିତ।ଏହି ଅବସରରେ ଜିଲ୍ଲା ଆଶା କର୍ମୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଏଥିରେ ଉପଦେଷ୍ଟା ଭାବେ ନିଗମାନନ୍ଦ ପଟ୍ଟନାୟକ ଓ ଅନୁପମା ଦାସ, ସଭାନେତ୍ରୀ

ସୁନାମଣି ଚାମ୍ପିୟାର, ଉପସଭାପତି କୁନ୍ତଳା କୁମାରୀ ହାଁସଦା,ରୀନା ରଥ, ବୀଣାପାଣି ଗାଗରାଇ, ସମ୍ପାଦକ ଗୋଲାପୀ ନାଏକ,ସହସମ୍ପାଦକ ଇନ୍ଦ୍ରାବତୀ ବାରିକ, ଗୀତା ଗିରି,ଏବଂ ସଂଗଠନ ସମ୍ପାଦକ, କୋଷାଧ୍ୟକ୍ଷ,ଓ ସଦସ୍ୟ ବୃନ୍ଦ ହେଲେ ତୁଳସୀ ସୋରେନ,ଲଳିତା ନାଏକ,ମିନୁରାଣୀ ମହାନ୍ତ, ମଞ୍ଜୁଲତା ମହାକୁଡ଼, ସୁମିତ୍ରା ବେସ୍ରା,

ପ୍ରମୁଖ ମନୋନୀତ ହୋଇଥିଲେ।ଉକ୍ତ ସମ୍ମିଳନୀରେ 

କର୍ମକର୍ତ୍ତା ନିର୍ବାଚନ ହେଲା ପରେ ଷ୍ଟାଡିଅମ ସମ୍ମିଳନୀ କକ୍ଷ ଠାରୁ ଏକ ସଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ୧୦ ଦଫା ଦାବି ସମ୍ମଳିତ ଏକ ଦାବିପତ୍ର ମାନ୍ୟବର ପ୍ରଧାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ୨୬ ଟି ବ୍ଲକରୁ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.