ବାଲିଆପାଳ- ବାଲିଆପାଳ ବ୍ଲକ ବଣିଆଡିହା ପଞ୍ଚାୟତର ବିଶିଷ୍ଟ ସାମାଜିକକର୍ମୀ ତଥା ବିଜେଡିଦଳର ବଣିଆଡିହା ପଞ୍ଚାୟତ ସଭାପତି ଶିଶିର ପଣ୍ଡାଙ୍କ ବୁଧବାର ବିଳମ୍ବିତ ରାତ୍ରିରେ ଦେହାନ୍ତ ଘଟିଛି।ସ୍ବର୍ଗତ ପଣ୍ଡା ଦୀର୍ଘଦିନ ଧରି ଲିଭର ରୋଗ ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହୋଇ ଅଳ୍ପଦିନ ତଳେ ଘରକୁ ଫରିଥିଲେ।ମାତ୍ର ବୁଧବାର ପୁଣି ଅସୁସ୍ଥ ହେବାରୁ ପରିବାର ଲୋକମାନେ ଭୁବନେଶ୍ୱର ନେଉଥିବା ଅବସ୍ଥାରରେ ବାଲେଶ୍ଵର ଠାରେ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ନ ନେଇ ଜ୍ୟୋତି ହସ୍ପିଟାଲକୁ ନେଇଥିଲେ।ମାତ୍ର ଅଳ୍ପ ସମୟପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ପରେ ସ୍ବର୍ଗତ ପଣ୍ଡାଙ୍କ ମରଶରୀରକୁ ତାଙ୍କ ଜନ୍ମ ମଟି ବଣିଆଡିହା ଘରକୁ ଅଣାଯାଇଥିଲା।ଗୁରୁବାର ସକାଳେ ଖବର ପ୍ରଚାରିତ ହେବା ପରେ ଆତ୍ମୀୟ ସ୍ଵଜନ,ଶୁଭେଛୁ ଓ ବିଭିନ୍ନ ଦଳର ନେତାମାନେ ତାଙ୍କ ଶେଷ ଦର୍ଶନ ପାଇଁ ଛୋଟିଥିଲେ।ସ୍ବର୍ଗତ ଶିଶିର ପଣ୍ଡା ବଣିଆଡିହା ସେବା ସମବାୟ ସମିତିର ସଭାପତି ସହିତ ଜୀବନ ତମାମ ଲୋକଙ୍କ ସେବାରେ ନିଜକୁ ନିୟୁଜିତ କରିଥିଲେ।ତାଙ୍କ ମୃତ୍ୟୁ ଖବର ପାଇ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ,ବିଜୁ ମହିଳା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ରେବତୀ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା,ବିଜେଡି ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଦାସ,ଜିଲ୍ଲା ପରିଷଦ ସଦଦ୍ୟ ନିଶାକର ସେଠି,ରବିନ୍ଦ୍ର ଅଣ୍ଡିଆ,ମହେନ୍ଦ୍ର ବାରିକ,ଅଶ୍ୱିନୀ ଜେନା, ସରୋଜ ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ସ୍ୱର୍ଗତ ପଣ୍ଡାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇ ଅମରାତ୍ମା ର ସଦଗତି କାମନା କରିଥିଲେ।ଶିଶିର ପଣ୍ଡାଙ୍କ ବଡ଼ ପୁତ୍ର ସୁବ୍ରତ ପଣ୍ଡା ମୁଖାଗ୍ନି ଦେଇଥିଲେ।