କୁହିକା – ଶ୍ରୀ ଗଣେଶ ଯୁବକ ସଂଘ ଓ ସୁକିନ୍ଦା ବ୍ଲକ ଅଧିନସ୍ଥ କାଙ୍କଡ଼ପାଳ ଗ୍ରାମ ପଞ୍ଚାୟତ ମିଳିତ ସହଯୋଗରେ କାଟେଣୀ ଗ୍ରାମର ୮ନମ୍ବରୱର୍ଡରେ ସଚେତନତା କାର୍ଯ୍ୟକ୍ରମ l ସାଧାରଣତଃ ମୌସୁମୀ ଋତୁରେ ମଶା ବାହିତ ଓ ଜଳ ସଂକ୍ରମଣ ଜନିତ ସ୍ବାସ୍ଥ୍ୟ ସମସ୍ୟା ଅଧିକ ଦେଖାଦେଇଥାଏ । ସଚେତନତାର ଅଭାବ ହେଉ କିମ୍ବା ଅବହେଳା ଯୋଗୁଁ ଲୋକମାନେ ମ୍ୟାଲେରିଆ,ଡେଙ୍ଗୁ,ଚିକେନ ଗୁନିଆ ଭଳି ଜ୍ବରର ପୀଡ଼ିତ ହୋଇ ଗୁରୁତ୍ୱର ହେଉଛନ୍ତି ।ଲୋକମାନେ କିପରି ନିଜକୁ ମଶା କବଳରୁ ସୁରକ୍ଷିତ ରଖି ପାରିବେ ଓ ସେଥିପାଇଁ କିକି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ସେ ବାବଦରେ ସରପଞ୍ଚ ଶ୍ରୀଯୁକ୍ତ ସଞ୍ଜୟ କୁମାର ପରିଡ଼ା ଜନସାଧାରଣଙ୍କୁ ସଚେତନ କରାଇବା ସହ ପଞ୍ଚାୟତ ବାସି ସପ୍ତାହର ପ୍ରତ୍ୟେକ ଶୁକ୍ରବାର ଦିନଟିକୁ ଶୁଷ୍କ ଦିବସ ଭାବେ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି।