ଓରମାସ୍ ଦ୍ୱାରା ତାଲିମ ଭିତ୍ତିକ ନିଯୁକ୍ତି ପାଇଁ ବ୍ଲକସ୍ତରୀୟ ପରାମର୍ଶ ଶିବିର

ଧାମନଗର – ଧାମନଗର ଏନ୍.ଏ.ସି. ଅନ୍ତର୍ଗତ ଶିବ ସାଇ ମଙ୍ଗଳା ମନ୍ଦିର ନିକଟସ୍ଥ କଲ୍ୟାଣମଣ୍ଡପ ପରିସରରେ ତାଲିମ ଭିତ୍ତିକ ନିଯୁକ୍ତି ପାଇଁ ବ୍ଲକସ୍ତରୀୟ ପରାମର୍ଶ ଶିବିର ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ମିଶନ ଶକ୍ତି ବିଭାଗ ଓଡିଶା ସରକାର,ଓଡିଶା ଜୀବିକା ମିଶନ, ଧାମନଗର ବ୍ଲକ ପ୍ରଶାସନ ଓ ଓରମାସ ଭଦ୍ରକ ମିଳିତ ଆନୁକୁଲ୍ୟରେ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ପାଇଁ ଏହି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ନିଯୁକ୍ତି ଆଶାୟୀ ୨୪୭ ଜଣ ଯୁବକ ଯୁବତୀ ପଞ୍ଜିକରଣ କରିଥିବା ବେଳେ ସେଥିରୁ ୫ଟା ପିଆଇଏ ସେଣ୍ଟରେ ମୋଟ ୧୦୭ଜଣ ଟ୍ରେନିଂ ପାଇଁ ମନୋନୀତ ହୋଇଛନ୍ତି। ମିଶନ ଶକ୍ତି ବ୍ଲକ ସଂଯୋଜକ ପୀତବାସ ବିଶ୍ବାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଭଦ୍ରକ ଶ୍ରୀମତୀ ଟୁନିବାଳା ବିଶ୍ଵାଳ, ବ୍ଲକ ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ,ଏନ.ଏ.ସି.ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ଜେନା, ଏ.ବି.ଡି.ଓ. ଶର୍ମିଷ୍ଠା ମଲ୍ଲିକ, ଡିପିଏମ ସଞ୍ଜୟ ବାରିକ୍, ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଅଧିକାରୀ ଆଲିନବିନ୍ଦୁ ରାଉତରାୟ ଜିଲ୍ଲା ସଂଯୋଜକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତ୍ୟବ୍ୟ ରଖିଥିଲେ। ନିଯୁକ୍ତି ଆଶାୟୀଙ୍କ ନିୟୋଜନ ପାଇଁ ଏହି ଶିବିର ଫଳପ୍ରଦ ହେବ ବୋଲି ଅତିଥି ମାନେ ଆଶା ପ୍ରକଟ କରିଥିଲେ। ପଞ୍ଜୀକୃତ ଯୁବକ ଯୁବତୀ ମାନଙ୍କୁ ଯୋଗ୍ୟତା ଭିତ୍ତିକ ପସନ୍ଦ ଅନୁଯାୟୀ ନିୟୋଜନ ନିମନ୍ତେ ମାଗଣାରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବା ବୋଲି ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.