ତୁରେକେଲା ମମିଆଁ ବ୍ରିଜ ନିର୍ମାଣ ଦାବି ନେଇ ମନ୍ତ୍ରୀ କୁ ଦାବିପତ୍ର ପ୍ରଦାନ କଲେ ଗରିବସେନା ମୁଖ୍ୟ

ବଙ୍ଗୋମୁଣ୍ଡା- ବଙ୍ଗୋମୁଣ୍ଡା ବ୍ଲକ ଯାମଖୁଣ୍ଟା ପଞ୍ଚାୟତ ତୁରେକେଲା ମମିଆଁ ଉନ୍ଦେର ନଦି ମଝିରେ ଏକ ବ୍ରିଜ ନିର୍ମାଣ ଦାବି ନେଇ ଜଳସମ୍ପଦ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ବଙ୍ଗୋମୁଣ୍ଡା ବ୍ଲକ ଗରିବ ସେନା ମୁଖ୍ୟ ଦିନେଶ ତାଣ୍ଡି ,କ୍ଷୀରୋଦ ବେହେରା, ବୁଲୁକର୍ ହିଆଲ,ନରେନ୍ ହିଆଳ ଏହି ଅଞ୍ଚଳ ବଲାଙ୍ଗୀର ଜିଲ୍ଲାର ଶେଷ ସୀମା ହୋଇଥିବା ବେଳେ ସୀମାରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ସଂଯୋଗ କରୁଛି ତେବେ ଏହି ଅଞ୍ଚଳ ର ଲୋକ ମୁଖ୍ୟ ଚାଷୀ ହୋଇଥିବା ବେଳେ ପଡ଼ୋଶୀ ଜ଼ୀଲ୍ଲା ଉପରେ ବାର ମାସ ନିର୍ଭର କରିଥାନ୍ତି ବର୍ଷା ଦିନରେ ଉନ୍ଦେର ନଦୀରେ ପାଣି ଭରି ଯିବାରୁ ବୁଲିକି ୧୫ ରୁ ୨୦ କିମି ଯିବାକୁ ପଡୁଛି ତେବେ ଏହି ବ୍ରିଜ ହେଲେ ହଜାର ହଜାର ଲୋକ ଉପକୃତ ହେବେ ଓ ସ୍ୱାସ୍ଥ୍ୟ, ଶିକ୍ଷା,ଗମନାଗମନ ପାଇଁ ଖରିଆର,ନୂଆପଡ଼ା, ରାଇପୁର ଭବାନୀପାଟଣା କୁ ସିଧାସଂଯୋଗ ହୋଇପାରିବ ଓ ଅଞ୍ଚଳ ର ବ୍ୟବସାୟ ଆହୁରି ବଢିବ ବ୍ରିଜ ହେବା ଫଳରେ ଅଞ୍ଚଳ ବାସୀ ଉପକୃତ ହେବେ ବୋଲି ଦାବିପତ୍ର ରେ ଉଲ୍ଲେଖ କରି ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.