ଆଜି ଜଟଣୀ ପୌର ପରିଷଦ ଠାରେ ଷ୍ଟ୍ରମ୍ ୱାଟର ଡ୍ରେନେଜ୍ ମାଷ୍ଟର ପ୍ଲାନ ର ସର୍ଭେ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ଜଟଣୀ ପୌରାଧକ୍ଷ ଅନନ୍ତ ବେହେରା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି । ବର୍ଷାଦିନେ ହେଉଥିବା ଜଳ ନିଷ୍କାସନ ସମସ୍ୟାକୁ ଦୂର କରିବା ପାଇଁ ଏହି ମାଷ୍ଟର ପ୍ଲାନ୍ କରାଯାଇଛି ଏହାଦ୍ବାରା ଜଟଣୀରେ ଥିବା ୨୩ ଟି ୱାର୍ଡରେ ୧୨୦ କିଲୋମିଟର ଡ୍ରେନ୍ କୁ ନୂତନ ଭାବେ ଏହି ମାଷ୍ଟର ପ୍ଲାନ ଜରିଆରେ ତିଆରି କରାଯିବ ।ଯାହାଦ୍ଵାରା ବର୍ଷାଜଳକୁ ଏହି ଡ୍ରେନ ଦ୍ଵାରା ଦୟା ନଦୀ ଓ ଲୁହାସଂଖ କେନାଲ କୁ ଛଡାଯିବ ।ଆଜିଠାରୁ ପାଞ୍ଚ ମାସ ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ କରି ଏହି କାର୍ଯ୍ୟ ଆରମ୍ଭ କରାଯିବବୋଲି ଜଟଣୀ ପୌରାଧକ୍ଷ ସୂଚନା ଦେଇଛନ୍ତି ।