ରେଳବାଇ ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ

ଆଜି ନୂତନ ଭାବେ ମନୋନିତ ହୋଇ ଥିବା ଭଦ୍ରକ ରେଳବାଇ ପରାମର୍ଶଦାତା କମିଟିର ପ୍ରଥମ ବୈଠକ ଭଦ୍ରକ ଷ୍ଟେସନ ପରିସର ଅଭ୍ୟର୍ଥନା ଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଯାଜପୁର ଭଦ୍ରକ ମୂଖ୍ୟ ବାଣିଜ୍ୟିକ ନିରିକ୍ଷକ ସୁନିଲ କୁମାର ବେହେରାଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ଖୋର୍ଦ୍ଧା ରେଳବାଇ ଡିଭିଜନର ସହକାରି ବାଣିଜ୍ୟିକ ପରିଚାଳକ ଶ୍ରୀ ବଶିଷ୍ଠ କୁମାର ପ୍ରଧାନ ପୌରହିତ୍ୟ କରିଥିଲେ।ଭଦ୍ରକ ଷ୍ଟେସନ ମଧ୍ୟରେ ଥିବା ଦ୍ବିତିୟ ଉଡନ୍ତା ପୋଲର ବାହାର ରାସ୍ତା ଯାଏ ସଂପ୍ରସାରଣ, ପୁରୁଣା ଉଡନ୍ତା ପୋଲକୁ ଆସନ୍ତା କାଳିପୂଜା ପୂର୍ବରୁ ମରାମତି,ପ୍ଲାଟ ଫର୍ମ ମଧ୍ୟରେ ଥିବା ରେଳ ଯାତ୍ରୀମାନଙ୍କ ଆଶ୍ରୟସ୍ଥଳିକୁ ସଂପୂର୍ଣ ରେଳ ପ୍ଲାଟଫର୍ମ ମଧ୍ୟରେ ସଂପ୍ରସାରଣ ଓ ପୁରୁଣା ଛାତର ମରାମତି, ଷ୍ଟେସନ ପ୍ଲାଟ ଫର୍ମ ମଧ୍ୟରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଅଧିକ ସୁଖିଲା ଖାଦ୍ୟ ଷ୍ଟଲ ନିର୍ମାଣକୁ ଅନୁମତି, ଭିନ୍ନକ୍ଷମ ଯାତ୍ରୀମାନଙ୍କ ପାଇଁ ଏକ୍ଜାଭେଟର ବ୍ୟବସ୍ଥା କରିବା, ଉଡନ୍ତା ପୋଲ ଦେଇ ଯାତାୟତ ସମୟେ ଲିଫ୍ଟକୁ ଦିବାରାତ୍ର ବିଦ୍ୟୁତ ସଂଯୋଗ ଓ ରକ୍ଷଣାବେକ୍ଷଣ ,ପ୍ଲାଟ ଫର୍ମ ପରିସରରେ ବ୍ୟାଟେରୀ ଚାଳିତ ଗାଡି ଯାତାୟତକୁ ଅନୁମତି, ପୁରାତନ ଉଡନ୍ତା ପୋଲ ତଳେ ଥିବା ବେଆଇନ ଯାତାୟତ ପଥକୁ ଯାତ୍ରୀ ସୁରକ୍ଷା ପାଇଁ ତୁରନ୍ତ ବନ୍ଦ,ସଂପୂର୍ଣ୍ଣ ଷ୍ଟେସନ ପରିସରକୁ ସି.ସି.ଟି.ଭି ମଧ୍ୟରେ ଆବଦ୍ଧ କରି ରଖିବା,ଷ୍ଟେସନ ବାହାରେ ଗାଡି ପାର୍କିଂର ସୀମା ନିର୍ଦ୍ଧାରଣକୁ ଆସନ୍ତା ଐତିହାସିକ କାଳିପୂଜା ପୂର୍ବରୁ ସମାପ୍ତ କରିବା ଆଦି ପ୍ରସ୍ତାବ ଗୃହିତ ହୋଇଥିଲା।ଏହି ବୈଠକରେ ଅଧିବକ୍ତା ଅତିସ ବେହେରା,ଅଧିବକ୍ତା ଗଦାଧର ବଳ,ସମାଜସେବୀ ରମେଶ ବେହେରା,ବ୍ରଜସୁନ୍ଦର ନାୟକ,ସୀତାକାନ୍ତ ଦାସ ଓ ଭଦ୍ରକ ଷ୍ଟେସନ ପରିଚାଳକ ସୁବାସ ଚନ୍ଦ୍ର ସାହୁ,ଅଫିସ ସୁପରିଟେଣ୍ଡେଣ୍ଟ ପଦ୍ମନାଭ ବେହେରା ଓ ଅନ୍ୟ ପଦାଧିକାରୀମାନେ ଯୋଗ ଦେଇ ନିଜ ନିଜର ପ୍ରସ୍ତାବ ରଖିଥିଲେ।

Leave A Reply

Your email address will not be published.