ଭଞ୍ଜନଗ- ଦିନକୁ ଦିନ ଭଞ୍ଜନଗର ଠାରେ ଭାରତୀୟ ଜୀବନ ବୀମା ଏଜେଣ୍ଟ ମାନଙ୍କର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।ତେଣୁ ସମସ୍ତ ଏଜେଣ୍ଟମାନେ କଳା ବ୍ୟାଚ ପରିଧାନ କରି ବୀମା କାର୍ଯ୍ୟାଳୟ ଆଗରେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ସେମାନଙ୍କ କହିବା କଥା ଯେ ସରକାର ଏଜେଣ୍ଟ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ କରିବା ସହ ସେମାନଙ୍କୁ ସଙ୍କୁଚିତ କରାଯାଉଛି।ସେମାନଙ୍କ ଅନେକ ଗୁଡିଏ ଦାବି ମଧ୍ୟରେ ଏଜେଣ୍ଟ ଓ ଅଭିକର୍ତ୍ତା ୱେବ ପୋର୍ଟାଲ କରିବା,ଏଜେଣ୍ଟ ମାନଙ୍କ କମିଶନକୁ ବନ୍ଦ ନ କରିବା, ଏକକ ଇନ୍ସୁରାନ୍ସରେ କାମ କରିବା,ବିମାଧାରୀଙ୍କ ଆଇଆରଡ଼ିଏ ମାରଣ ନୀତିକୁ ବିରୋଧ ଅନ୍ତର୍ଭୁକ୍ତ। ସର୍ବ ଭାରତୀୟ ସ୍ତରରେ ସମସ୍ତ ବିଷୟକୁ ନେଇ ବିରୋଧ ଦିବସ ପାଳନ କରାଯାଇଛି।ଭଞ୍ଜନଗର ଅଞ୍ଚଳର ଏଜେଣ୍ଟ ମାନଙ୍କ ସଭାପତି ଶିବ ଶଙ୍କର ସ୍ବାଇଁ, ସମ୍ପାଦକ ଶାନ୍ତନୁ କୁମାର ରଥ,ଦିଲ୍ଲୀପ କୁମାର,ମନୋଜ ରାଉତ,ସୂର୍ଯ୍ୟ ନାରାୟଣ,ସତ୍ୟ ନାରାୟଣ, ଗିରିଜା ପ୍ରସାଦ,ଗଙ୍ଗାଧର,ରାମ ଚନ୍ଦ୍ର,ମୁରଲୀ ସାହୁ,ରଘୁନାଥ ବେହେରା,ମହେଶ ପାତ୍ର ପ୍ରମୁଖ ଉପସ୍ଥିତ ରହି କମ୍ପାନୀର ଏଭଳି କାର୍ଯ୍ୟକୁ ପ୍ରତିବାଦ କରିଥିଲେ।