ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଶ୍ରୀ ଜଗନ୍ନାଥ ଏକାଡେମୀ ର ଛାତ୍ରୀ ଙ୍କ ସଫଳତା

ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତଥା ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶିକ୍ଷା ଓ ଗବେଷଣା ପରିଷଦ ଭୁବନେଶ୍ୱର ସହଯୋଗ ରେ ସୋନପୁର ମହାରାଜା ହାଇସ୍କୁଲରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ କୋଟସମଲାଇ ର ଶ୍ରୀ ଜଗନ୍ନାଥ ଏକାଡେମୀ ହାଇସ୍କୁଲ ର ଛାତ୍ରୀ ମାନଙ୍କ ଦ୍ବାରା ଅଭିନୀତ ନାଟକ ‘ମାନବ ବନାମ ଅଜଣା ଜୀବ’ ନାଟକ ଶ୍ରେଷ୍ଠ ନାଟକ ଭାବେ ବିବେଚିତ ହୋଇ ପୁରସ୍କୃତ ହେବା ସହ ପରବର୍ତ୍ତୀ ଜୋନ ସ୍ଥରରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛି ।ଉକ୍ତ ନାଟକ କୁ ଲକ୍ଷ୍ମଣ ମିଶ୍ର ରଚନା କରିଥିବା ବେଳେ ବିଜୟ କୁମାର ହୋତା ପରିକଳ୍ପନା ଓ ଅଚ୍ୟୁତାନନ୍ଦ କୁରକୁରିଆ ମ୍ୟୁଜିକ ରେ ସହଯୋଗ କରିଥିଲେ ।ମନୋରଞ୍ଜନ ପାଢୀ ଙ୍କ ନିର୍ଦ୍ଦେଶନା ଓ ଗାଇଡ ଶିକ୍ଷୟିତ୍ରୀ ଭଗବତୀ ହୋତା ଙ୍କ ପେଣ୍ଟିଙ୍ଗ୍ ସହାୟତା ରେ ପ୍ରାଚୀ, ରୋଜାଲିନ୍, କରିସ୍ମା, ପୂଜା, ଅଙ୍କିତା, ଭାନୁମତି, ମାମୀ, ଶ୍ରୀୟାଂଶି,ପ୍ରମୁଖ ବିଭିନ୍ନ ଭୁମିକାରେ ଅଭିନୟ କରିଥିଲେ ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଶିଷ୍ଟ ନାଟ୍ୟକାର ଅବକାଶ ମିଶ୍ର,ନାଟ୍ୟଚକ୍ର ଅନୁଷ୍ଠାନ ର ନିର୍ଦ୍ଦେଶକ ମନୋଜ ବାରିକ ବିଚାରକ ଭାବରେ ଯୋଗଦେଇଥିଲେ ।ଏହି ପ୍ରତିଯୋଗିତାରେ ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢି ର ରଘୁନାଥ ହାଇସ୍କୁଲ,ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ ର ସରକାରୀ ହାଇସ୍କୁଲ,ସୋନପୁର ବ୍ଲକର ମହାରାଜା ହାଇସ୍କୁଲ,ତରଭା ବ୍ଲକ ସରଗଜ ର ସରକାରୀ ହାଇସ୍କୁଲ ଓ ଉଲୁଣ୍ଡା ବ୍ଲକ କୋଟସମଲାଇ ର ଶ୍ରୀ ଜଗନ୍ନାଥ ଏକାଡେମୀ ହାଇସ୍କୁଲ ର ନାଟକ ଦଳ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.