କଳିଙ୍ଗ ପୁସ୍ତକ ମେଳା ରେ ପିକକ୍ ଦ୍ଵାରା ଆୟୋଜିତ ଜୀବିକା ଷ୍ଟଲ
ଭୁବନେଶ୍ଵର: ରାଜ୍ୟର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ କଲଚରାଳ ସେଣ୍ଟର (ପିକକ୍), ଇଡିଜିଏଚ ସହଯୋଗ ୨୫ ତମ କଳିଙ୍ଗ ପୁସ୍ତକ ମେଳା ରେ ଆୟୋଜିତ ହୋଇଛି ଜୀବିକା ଷ୍ଟଲ ଅକ୍ଟୋବର ୨୮ ରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ I
ଏହି ଷ୍ଟଲ ରେ ମହିଳା ଗୋଷ୍ଟୀ ର ସଦସ୍ୟ ମାନଙ୍କ ଦ୍ଵାରା ଘରୋଇ ହାତ ତିଆରି ଜିନିଷ, ହସ୍ତକଳା ଏବଂ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଛି I ଏହି ସାମଗ୍ରୀ ଗୁଡିକ ପିକକ୍ ଉଦ୍ୟମରେ ବାଲିଅନ୍ତା ବ୍ଲକ ର ୭ ଟି ପଞ୍ଚାୟତ ର ୧୦ ଟି ଗ୍ରାମ ରେ ଗଠିତ ୧୬ ଟି ମହିଳା ଗୋଷ୍ଟୀ ର ସଦସ୍ୟ ମାନଙ୍କ ଦ୍ଵାରା ପ୍ରସ୍ତୁତ I ଫନି ବାତ୍ୟାରେ ପ୍ରଭାବିତ ହୋଇଥିବା ମହିଳା ମାନଙ୍କ ର ସ୍ଥାୟୀ ଜୀବିକା ନିମନ୍ତେ ୨୮୮ ଜଣ ମହିଳାଙ୍କୁ ସ୍ଵାବଲମ୍ବୀ ହେବା ନିମନ୍ତେ ତାଲିମ ଓ ସହାୟତା ପ୍ରଦାନ କରାଯାଇଛି I
ଏହି ମେଳା ମାଧ୍ୟମରେ ସେମାନେ ନିଜର ସାମଗ୍ରୀ ବିକ୍ରି ସହିତ ଏହାର ଚାହିଦା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି I ମହିଳା ମାନେ ନିଜେ ଷ୍ଟଲ ରେ ରହି ନିଜର ବ୍ୟବସାୟ ମାଧ୍ୟମରେ ଅନେକ ଦ୍ରବ୍ୟ ବିକ୍ରୟ କରିଥିଲେ I ସେମାନଙ୍କର ଦ୍ରବ୍ୟ ର ଚାହିଦା ମଧ୍ୟ ଖୁବ ଥିଲା I
ଏହି ମେଳା ରେ ଭାଗ ନେଇଥିବା ମହିଳା ଗ୍ରୁପ ର ସଦସ୍ୟା ପ୍ରେମଳତା ପରିଡା ଓ ଅର୍ଚ୍ଚନା ସାହୁ କହିଲେ ଯେ ସେମାନେ ଏହି ପ୍ରଦର୍ଶନୀ ରେ ଭାଗନେଇ କିଛି ରୋଜଗାର କରିଛନ୍ତି ଯାହା କି ତାଙ୍କର ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରୁଛି I ପିକକ୍ ର ଜ୍ୟୋତି ଶଙ୍କର ମହାନ୍ତି, ଉପମା ମହାନ୍ତି, ଇତିଶ୍ରୀ ପ୍ରହରାଜ, ସନ୍ଧ୍ୟା କାନୁନଗୋ ପ୍ରମୁଖ ଏହି କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ I