ରାୟଗଡ଼-:୩୦/୧୧-(ଧନେଶ୍ୱର ରାଉତ )-ଓଡିଶାରେ ଗର୍ଭବତୀ ମହିଳା, ନବଜାତ ଶିଶୁ ମାନଙ୍କର ଅଧିକା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଜାତୀୟ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ମିଶନ (ଏନ୍.ଏଚ୍.ଏମ୍) ଅଂଶ ଭାବେ ଜନନୀ ସୁରକ୍ଷା ଯୋଜନା ୨୦୦୬ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଅଛି । ରାଜ୍ୟର ସବୁ ଜିଲ୍ଲା ଭଳି ରାୟଗଡା ଜିଲ୍ଲାରେ ଆଶାକର୍ମୀ ମାନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ, ରାୟଗଡା ଜିଲ୍ଲା ଭଳି ଉପାନ୍ତ ଅଞ୍ଚଳରେ ଜୀବନକୁ ବାଜି ଲଗାଇ ରାତି ଦିନ କାମକରି ଗର୍ଭବତୀ ମା, ଶିଶୁ ଓ ରୋଗୀମାନଙ୍କୁ ସହଯୋଗର ହାତ ବଢାଇ ସରକାରଙ୍କ ସମସ୍ତ ସ୍ୱାସ୍ଥ୍ୟ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଇ ଆସୁଛନ୍ତି । ବିଶେଷକରି ମହାମାରୀ କରୋନା ଓ ପରବର୍ତ୍ତୀ ସମୟରେ ରାତିଦିନ ଏକାକାକରି ଲୋକଙ୍କ ଜୀବନ ରକ୍ଷାକରି ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ସଫଳତା ଆଣିଥିବାରୁ ସରକାର ଆଶାଙ୍କୁ କରୋନା ଯୋଦ୍ଧା ଘୋଷଣା କରିଥିଲେ । ମାତ୍ର ଆଶାକର୍ମୀ ମାନଙ୍କର ଦୀର୍ଘ ଦିନର ନ୍ୟାର୍ଯ୍ୟ ଦାବୀ ପୂରଣ ହୋଇ ନଥିବାରୁ ସଂଘ ର ରାଜ୍ଯ ନିଷ୍ପତ୍ତି କ୍ରମେ ୨୯ ତାରିଖ ଦିନ ୧୦ ଦଫା ଦାବି କୁ ନେଇ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରଯାଇ ଥିଲା କିନ୍ତୁ ସରକାର ଦାବୀ ପୂରଣ ଦିଗରେ ଅଣଦେଖା କରିବା ଯୋଗୁଁ ଆଜି ଠାରୁ ସମସ୍ତ ଆଶା କର୍ମୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ସହ
ରାଜ୍ୟ ର ସମସ୍ତ ବ୍ଳକ ରୁ ରାଜଧାନୀ ପର୍ଯ୍ୟନ୍ତ ଅନିର୍ଦ୍ଧୀଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ବସିଛନ୍ତି ବୋଲି ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ଯ ସଂପାଦକ ଶ୍ରୀ ଯୋଗେଶ୍ଵର ଦାସ , ଜିଲ୍ଲା ସଭାପତି ଶ୍ରୀ ମହନ ରାଓ ମାଝୀ , କାର୍ଯ୍ୟକାରୀ ସଭାପତି ଶ୍ରୀ ଧର୍ମ ସିଂ ନାଗ୍ , ଜିଲ୍ଲା ସଂପାଦକ ଶ୍ରୀ ଗଣେଶ କୁମାର ସାହୁ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ବେହୁରା , ଜିଲ୍ଲା ସହ ସଂପାଦିକା ଗୀତାଞ୍ଜଳି ହିଆଲ , ପୂର୍ବତନ ଜିଲ୍ଲା ସଂପାଦିକା ତଥା ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସହ ସଂପାଦିକା ଶ୍ରୀମତୀ ନେହା ସିଂ , ଭାରତୀୟ ମଜଦୁର ସଂଘ କଲୋନରା ବ୍ଳକ ସଂପାଦକ ଶ୍ରୀ ପ୍ରଦୀପ କୁମାର ମିଶ୍ର ପ୍ରକାଶ କରିବା ସହ ଚେତାବନୀ ଦେଇଛନ୍ତି ।