ସ୍ୱତନ୍ତ୍ର ମୟୁରଭଞ୍ଜ ରାଜ୍ୟ ଗଠନ ପାଇଁ ସମଗ୍ର ମୟୁରଭଞ୍ଜରେ  ପଦଯାତ୍ରା କରିବ ଭଞ୍ଜ ସେନା

ବାରିପଦା,୩୦/୧୧ ପୂର୍ବରୁ ଥିବା ମୟୁରଭଞ୍ଜ ଗଡଜାତ ରାଜ୍ୟ ସ୍ୱାଧୀନତା ପରେ ଅର୍ଥାତ ୧୯୪୮ ମସିହା ନଭେମ୍ବର ମାସ ୨ ତାରିଖରେ “ମିଶ୍ରଣ ଚୁକ୍ତି” ଅନୁଯାୟୀ ଭାରତବର୍ଷ ଅଧୀନକୁ ଆସିଥିଲା।ଏହାପରେ  ୧୯୪୯ ମସିହା ଜାନୁୟାରୀ ୧ ତାରିଖ ରେ ଭାରତ ସରକାର ଓଡିଶା ରାଜ୍ୟକୁ ମୟୁରଭଞ୍ଜର ଶାସନଭାର ହସ୍ତାନ୍ତର କଲେ।ସେହିପରଠାରୁ ଅର୍ଥାତ ମୟୁରଭଞ୍ଜର ମିଶ୍ରଣ ଚୁକ୍ତି କୁ ୭୪ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ସମୟରେ ଦେଶର ବିଭିନ୍ନ ଅଞ୍ଚଳର ବିକାଶ ପ୍ରକ୍ରିୟା ଆକାଶ ଛୁଇଁଥିବା ବେଳେ ଆମ ମୟୁରଭଞ୍ଜ ର ବିକାଶ ପ୍ରକ୍ରିୟା ସତ୍ବେ ଯେମିତି ବାଟବଣା ହୋଇଯାଇଛି ବୋଲି ଆମେ ହୃଦବୋଧ କରିଆସୁଛି।ମିଶ୍ରଣ ପରଠାରୁ  କ୍ରମାଗତ ଭାବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳାର ଶିକାର ହୋଇ ମୟୁରଭଞ୍ଜ ତାର ପୂର୍ବ ଅସ୍ତିତ୍ୱ ହରାଇବାକୁ ବସିଲାଣି।ମିଶ୍ରଣ ପୂର୍ବରୁ ଏକ ସମୃଦ୍ଧ ସ୍ୱାଧୀନ ରାଜ୍ୟ, ବର୍ତ୍ତମାନ ଏକ ଅନୁନ୍ନତ ଜିଲ୍ଲା ଭାବେ ପରିଗଣିତ ହେଉଛି।ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, କୃଷି, ପର୍ଯ୍ୟଟନ ସ୍ଥଳୀର ବିକାଶ, ଜଳ ସେଚନ, ବାଣିଜ୍ୟ ବ୍ୟବସାୟ, ଶିଳ୍ପ ଆଦି ସବୁ କ୍ଷେତ୍ରରେ ମୟୁରଭଞ୍ଜ ଏବେ ସବା ଶେଷ ଆଡୁ ପ୍ରଥମରେ ରହିଛି।ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର “ମିଶ୍ରଣ ଚୁକ୍ତି” ର ସଂମ୍ପୂର୍ଣ ଖିଲାଫ କରିଛନ୍ତି।

              ବର୍ତ୍ତମାନ ମୟୁରଭଞ୍ଜ ର କିଛି  କିଛି ଅଞ୍ଚଳରେ ନୂତନ ଜିଲ୍ଲା ଗଠନ କରିବା ପାଇଁ ଦାବୀ ହେଉଥିବା ବେଳେ ଆଉ କିଛି ସଂଗଠନ ମୟୁରଭଞ୍ଜ କୁ ପୂର୍ଵରୁ ଥିବା ସ୍ୱତନ୍ତ୍ର ରାଜ୍ୟ ଗଠନ କରିବା ପାଇଁ ଦାବୀ କରୁଛନ୍ତି । ଏଣୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଜି ମୟୁରଭଞ୍ଜ ର ଏକମାତ୍ର ଅଗ୍ରଣୀ ତଥା ସଂଗ୍ରାମୀ ସଂଗଠନ “ଭଞ୍ଜସେନା”(ମୟୁରଭଞ୍ଜ ର ଜାଗ୍ରତ ପ୍ରହରୀ )ପକ୍ଷରୁ  ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଙ୍କ ଆବାହକତ୍ବ ରେ ଏକ ଜରୁରୀ କାଳୀନ ମିଟିଂ ବାରିପଦା ସହର  ଦିବ୍ୟା ପେଲେସ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ସମଗ୍ର ମୟୁରଭଞ୍ଜ ରୁ ବହୁ ସଂଖ୍ୟାରେ ସଂଗଠନ ର କର୍ମକର୍ତ୍ତା ମାନେ ଯୋଗଦାନ କରି “ଅଖଣ୍ଡ ମୟୁରଭଞ୍ଜ” ସପକ୍ଷରେ ମତବ୍ୟକ୍ତ କରିବା ସହିତ  ଆଗାମୀ ପଦକ୍ଷେପ ବାବଦରେ ଆଲୋଚନା ପର୍ଯ୍ୟାଲୋଚନା କରି ନିମ୍ନଲିଖିତ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

  (1)ମୟୁରଭଞ୍ଜ କୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ର ମାନ୍ୟତା ପ୍ରଦାନ କରାଯାଉ

   (2) ମୟୁରଭଞ୍ଜ ରାଜ୍ୟ ଭିତରେ ଚାରିଗୋଟି ଉପଖଣ୍ଡ କୁ ୪ ଟି ନୂତନ ଜିଲ୍ଲା ଗଠନ କରାଯାଉ

    (3)ଉଦଳା ଓ କରଞ୍ଜିଆ ଏନଏସି କୁ ମ୍ୟୁନିସିପାଲିଟି ର ମାନ୍ୟତା ପ୍ରଦାନ କରାଯାଉ

     (4)ଯଶିପୁର ଓ ବେତନଟୀ କୁ ନୂତନ ଭାବେ ଏନଏସି ମାନ୍ୟତା ପ୍ରଦାନ କରାଯାଉ

      (5)ଭାରତବର୍ଷର ରାଷ୍ଟ୍ରପତି ଙ୍କୁ ଭେଟି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଘୋଷଣା ଦାବୀ ବାବଦରେ ଦାବିପତ୍ର ପ୍ରଦାନ କରାଯିବା

       (6)ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଉଭୟ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ଦାବୀପତ୍ର ପ୍ରଦାନ କରାଯିବା

         (7)ବିଭିନ୍ନ ଉପାୟରେ ସମଗ୍ର ମୟୁରଭଞ୍ଜ ପ୍ରତି ଦୀର୍ଘ ୭୪ ବର୍ଷ  ଧରି ହୋଇଆସୁଥିବା ଅବହେଳା ଗୁଡିକୁ ସାଧାରଣ ଜନତାଙ୍କୁ ଅବଗତ କରେଇ  ପୂର୍ବରୁ ଥିବା ଆମ ସମୃଦ୍ଧଶାଳୀ ମୟୁରଭଞ୍ଜ ରାଜ୍ୟ ଫେରାଇଆଣିବା ପାଇଁ ଜନସଚେତନତା ସୃଷ୍ଟି କରାଯିବ ଏବଂ ଅନ୍ୟାନ୍ୟ 

                 ଉପରୋକ୍ତ ଦାବୀ ଗୁଡିକୁ ହାସଲ କରିବା ପାଇଁ ଯଥାଶୀଘ୍ର  ଏକ ପଦଯାତ୍ରା ଆରମ୍ଭ ହୋଇ ସମଗ୍ର ମୟୁରଭଞ୍ଜ ପରିକ୍ରମା କରିବ ଭଞ୍ଜସେନା ତାସହିତ ଉପରୋକ୍ତ ଦାବୀ ଗୁଡିକ ବାବଦରେ ଅଧିକ ଜଣସଚେତନତା ପାଇଁ ଭଞ୍ଜସେନା ର ୨୫ତମ ପ୍ରତିଷ୍ଠା ଦିବସ ଦିନ ବାରିପଦା ଛଉ ପଡ଼ିଆ ଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ ବୋଲି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଜଣାଇଅଛନ୍ତି।

             ଏହି କର୍ମକର୍ତ୍ତା ବୈଠକରେ ଉପାଧକ୍ଷ ନିମାଇଁ ତ୍ରିପାଠୀ,,ଜିତେନ୍ଦ୍ର ହେମ୍ବ୍ରମ,,ଲାଲବାହାଦୁର ମହାନ୍ତି,,ଜିଲ୍ଲା ସଭାପତି ପିଣ୍ଟୁ ମାଇତି,, ଜିଲ୍ଲା ଓ ବି ସି ଶାଖା ସଭାପତି ରାକେଶ ବେହେରା,,ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା,, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ,, ଜିଲ୍ଲା ଉପସଭାପତି ସନ୍ତୋଷ ଗିରି,,ରାକେଶ ମହାନ୍ତି,,ବିଜୁ ସିଂ,,ପ୍ରଶାନ୍ତ ମହାକୁଢ଼,, ଜିଲ୍ଲା ଯୁବଶାଖା ସଭାପତି ସୌମ୍ୟରଂଜନ ମିଶ୍ର,,ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି,,କପ୍ତିପଦା ଉପଖଣ୍ଡ ସଭାପତି ରବିନ ମହାନ୍ତି,,ପାଂଚପିଢ଼ ଉପଖଣ୍ଡ ସଭାପତି ଦକ୍ଷିଣା ମହାନ୍ତ,,ଆଦିବାସୀ ଶାଖା କାର୍ଯ୍ୟକାରୀ ସଭାପତି ଶିବଶଙ୍କର ସିଂ,,ଜିଲ୍ଲା ଯୁବଛାତ୍ର ସଂଯୋଜକ ଏସ କେ ରାଜଖାନ,,ଜିଲ୍ଲା ସାଧାରଣ ସମ୍ପାଦକ ଧନଞ୍ଜୟ ସାହୁ,,ଜିଲ୍ଲା ସଂଗଠନ ସମ୍ପାଦକ ଗଣେଶ ମହାନ୍ତି,,କପ୍ତିପଦା ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସମ୍ପୂର୍ଣ ହେମ୍ବ୍ରମ,,ସାଧାରଣ ସମ୍ପାଦକ ସଞ୍ଜୟ ହାଁସଦା,,ଜିଲ୍ଲା ଆଦିବାସୀ ଶାଖା ଉପସଭାପତି କୈଳାସ ହେମ୍ବ୍ରମ,,ବାରିପଦା ଉପଖଣ୍ଡ ସାଧାରଣ ସମ୍ପାଦକ ମନୋରଞ୍ଜନ ବାରିକ,,ଜିଲ୍ଲା ଯୁବଶାଖା କାର୍ଯ୍ୟକାରୀ ସଭାପତି ସାଧନା ସର୍ଦାର,,ମୋରୋଡ଼ା ବ୍ଲକ ଆଦିବାସୀ ଶାଖା ସଭାପତି ରାମକୁଣ୍ଡିଆ ମୁର୍ମୁ,,ରାସଗୋବିନ୍ଦପୁର ବ୍ଲକ ସଭାପତି ପଦ୍ମଲୋଚନ ଦାସ,,ଶୁଳିଆପଦା ବ୍ଲକ ସଭାପତି ସୁକୁମାର ଦାସ,,ଶ୍ୟାମାଖୁଣ୍ଟା ବ୍ଲକ ଆଦିବାସୀ ଶାଖା ସଭାପତି ବିକାଶ ସିଂ,,ମାଇକେଲ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |

Leave A Reply

Your email address will not be published.