ଡିଗ୍ରୀ କଲେଜ ପକ୍ଷରୁ ବିଶ୍ଵ ଏଡସ୍ ଦିବସ ପାଳିତ

ଖୁଣ୍ଟା – ଖୁଣ୍ଟାଡ଼ିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ରେଡ଼ ରିବନ କ୍ଲବ, ଯୁବ ରେଡ଼ କ୍ରସ ,  ଜାତୀୟ ସେବା ଯୋଜନା ଏବଂ ପ୍ରାଣୀ ବିଭାଗର ମିଳିତ ଆନୁକୁଲ୍ୟରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି । ଇତି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ଯାପକ ମାନେ କଲେଜ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଜନସାଧାରଣଙ୍କୁ ସଚେତନ ସୃଷ୍ଟି କରାଇବା ନିମନ୍ତେ ବିଭିନ୍ନ ଶ୍ଲୋଗାନ ମାନ ଦେଇ ଖୁଣ୍ଟା ବଜାର ପରିକ୍ରମା କରିଥିଲେ । ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଯୁବ ରେଡକ୍ରସ କାଉନସିଲର ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ରୁପେ କଲେଜ ଅଧ୍ଯକ୍ଷ ସରୋଜ ରଞ୍ଜନ ତ୍ରିପାଠୀ , ମୁଖ୍ୟବକ୍ତା ରୁପେ ଖୁଣ୍ଟା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସକ ଡା. ଦିଲ୍ଲୀପ କୁମାର ଜେନା , ସମ୍ମାନୀତ ଅତିଥି ରୂପେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ମିଶ୍ର , ଗବେଷକ ତଥା ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଇପସିତା ପ୍ରିୟଦର୍ଶନୀ ଦାସ ପ୍ରମୁଖ ଯୋଗ ଦେଇ ଏଡସ ର ସଂକ୍ରମଣକୁ ପ୍ରତିରୋଧ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୱରେ ପ୍ରତ୍ୟେକ ବର୍ଷ ଡିସେମ୍ବର ୧ ତାରିଖରେ  ଏହା ପାଳିତ ହୋଇ ଆସିଥାଏ । ତେବେ ସତର୍କତା ହିଁ ଏହି ରୋଗର ନିରାକରଣ ର ପ୍ରମୁଖ ମାଧ୍ୟମ ହୋଇଥିବା ବେଳେ ସଂକ୍ରମଣ ,ନିରାକରଣ ଓ ଚିକିତ୍ସା ବ୍ୟବସ୍ଥା ଉପରେ ଅତିଥଗଣ ନିଜ ନିଜ ବ୍ୟକ୍ତବ୍ୟ ମାଧ୍ୟମରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.