ଫାଇନାନ୍ସ କମ୍ପାନୀକୁ ୫୬ ଲକ୍ଷ ଟଙ୍କାର ଚୁନା

ଖୁଣ୍ଟା – ଖୁଣ୍ଟା ଥାନା ଅଧିନସ୍ଥ ଖୁଣ୍ଟା ବଜାରେ ଥିବା ଆଶ୍ରୀବାଦ ମାଇକ୍ର ଫାଇନାନ୍ସ  ରୁଣ ପ୍ରଦାନକାରୀ ସଂସ୍ଥା ର

ଦୁଇ କର୍ମଚାରୀଙ୍କ ଦ୍ଵାରା ବ୍ୟାପକ ହେରାଫେରି କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସଂପୃକ୍ତ ସଂସ୍ଥା ର ୨ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ ।

     ଖୁଣ୍ଟା ମୁଖ୍ୟ ବଜାରରେ ଥିବା ଆଶ୍ରୀବାଦ ମାଇକ୍ର ଫାଇନାନ୍ସର   ଶାଖାରେ ବ୍ୟାପକ ହେରାଫେରି ହୋଇଥିବା ବିଭାଗୀୟ ଉଚ୍ଚ ପଦାଧିକାରୀ ଜାଣିବାକୁ ପାଇଥିଲେ । ଯାହାକୁ ନେଇ  ଉକ୍ତ ସଂସ୍ଥା ର ରିଜିଓନାଲ ମେନେଜର  ମନୋଜ ଜେନା ଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ । ତେବେ ଶ୍ରୀ ଜେନାଙ୍କ ଅଭିଯୋଗ ଅନୁଯାୟୀ ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଖୁଣ୍ଟା ଶାଖା ମୁଖ୍ୟ ପରିଚାଳକ ଦିପ୍ତୀରଂଜନ ମହାପାତ୍ର ଏବଂ ଅତିରିକ୍ତ ପରିଚାଳକ ରାମକ୍ରିଷ୍ଣ ବାରିକ କମ୍ପାନୀର ଟଙ୍କାରୁ  ମୋଟ ୫୬ ଲକ୍ଷ ୮୬ ହଜାର ୩୪୮ ଟଙ୍କାର ହେରାଫେରି କରିଥିବା ଜଣିବାକୁ ପାଇଥିଲେ । ଏବଂ ଏ ସଂମ୍ପର୍କରେ  ଖୁଣ୍ଟା ଥାନାର ଅଭିଯୋଗ କରିଥିଲେ  । ଅଭିଯୋଗକୁ ଭିତ୍ତି କରି ଖୁଣ୍ଟା ଥାନାରେ କେସ ନମ୍ବର ୩୪୦/ ୨୨ ରେ ଏକ ମାମଲା ରୁଜ କରିଛି ପୋଲିସ । ଏବଂ ଖୁଣ୍ଟା ଶାଖାର ମୁଖ୍ୟ ପରିଚାଳକ ଦିପ୍ତିରଞ୍ଜନ ମହାପାତ୍ର ଏବଂ ଅତିରିକ୍ତ ଶାଖା ପରିଚାଳକ ରାମକୃଷ୍ଣ ବାରିକଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିବା ପୋଲିସ ପ୍ରକାଶ କରିଛି ।

Leave A Reply

Your email address will not be published.