,ସମ୍ବଲପୁର, ବେରୋଜଗାର ଙ୍କ କର୍ମ ସଂସ୍ଥାନ ର ବ୍ୟବସ୍ଥା କରିବା, ଶିକ୍ଷିତ ଯୁବକ ଯୁବତୀ ଙ୍କୁ ଜିଲ୍ଲା ରେ ଥିବା ବିଭିନ୍ନ ସରକାରୀ ବିଭାଗ ରେ ନିଯୁକ୍ତି ଦେବା, ବୁର୍ଲା ମେଡିକାଲ ଓ ସମ୍ବଲପୁର ମୁନିସିପାଲ କର୍ପୋରେସନ ରେ ଚତୁର୍ଥ ଶ୍ରେଣୀ ପଦବୀ ଗୁଡିକରେ ଆର୍ଥିକ ସ୍ଵଚ୍ଛଳ ନ ଥିବା ପରିବାର ବର୍ଗଙ୍କୁ ଚାକିରି ଯୋଗାଇ ଦେବା,ମହିଳା ଙ୍କୁ ଅଗ୍ରାଧିକାର ଭିତ୍ତିରେ ରୋଜଗାର ଦେବା, ନିଯୁକ୍ତି କ୍ଷେତ୍ରରେ ହେଉଥିବା ଅନିୟମିତତା ତଥା ପଇସା କାରବାର କୁ ରୋକାଯିବl ସହିତ ଅନ୍ୟାନ୍ୟ ସମସ୍ୟା ସମାଧାନ ଦାବୀରେ ଆଜି ପଶ୍ଚିମ ଓଡିଶା କଲ୍ଯାଣ ସମିତି ଓ National Front ଅଫ୍ ଇଣ୍ଡିଆନ୍ ଟ୍ରେଡ union ନେତୃତ୍ଵରେ RDC, ଜିଲ୍ଲାପାଳ, ନିୟୋଜନ ଓ ଯୁଗ୍ମ ଶ୍ରମ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା I ସ୍ଥାନୀୟ ପୁରୁଣା ବସ୍ ଷ୍ଟାଣ୍ଡ ରୁ କଲ୍ଯାଣ ସମିତି ତଥା NFITU ରାଜ୍ଯ ସଭାପତି ବିଶିଷ୍ଟ ଶ୍ରମିକ ନେତା ପ୍ରଶାନ୍ତ ପାଢୀ,ଆବାହକ ଲକ୍ଷ୍ମୀ Visar,ପ୍ରଭାସିନି ପାଢି ଙ୍କ ନେତୃତ୍ୱରେ ବିଶାଳ ପଟୁଆରରେ କାର୍ଯ୍ୟାଳୟ ଗୁଡ଼ିକରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଦାବିପତ୍ର ଉପରେ ଆଲୋଚନା କରାଯାଇ ଶୀଘ୍ର ପଦକ୍ଷେପ ନେବାକୁ ଅଧିକାରୀ ମାନେ ପ୍ରତି ଶ୍ରୁତି ଦେଇଥିଲେ l ଜିଲ୍ଲା ରେ ବେରୋଜଗାର ସମସ୍ୟା ଉତ୍କଟ ରୂପ ଧାରଣ କରିବାରେ ଲାଗିଛି, ବେକାର ଯୁବକ ଯୁବତୀ ମାନେ ବିପଦ ଗାମୀ ହେଉ ଥିବା ଦେଖା ଯାଉଛନ୍ତିl ଲୋକଙ୍କ ହାତକୁ କାମ ଦରକାର ବୋଲି ଶ୍ରମିକ ନେତା ପ୍ରଶାନ୍ତ ପାଢୀ କହିଛନ୍ତି l ମାଗଣା କିଛି ନ ଦେଇ ସ୍ଵୟମ ସମ୍ପୂର୍ଣ୍ଣ ରୂପେ ଗଢି ରୋଜଗାର ର ପନ୍ଥା ତିଆରି କରିବାକୁ ଶ୍ରି ପାଢୀ ଦାବି କରିଥିଲେ l ରୋଜଗାର ଦାବି ନେଇ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଉପସ୍ଥିତ ଆନ୍ଦୋଳନ କାରୀ ମହିଳା ମାନେ ସୂଚୀତ କରିଥିଲେ l ବହୁ ସଂଖ୍ୟାରେ ବେରୋଜଗାର ମହିଳା ଓ ପୁରୁଷ ଉପସ୍ଥିତ ଥିଲେ l ବ୍ୟାପକ ପୁଲିସ ମୁତୟନ ହୋଇଥିଲେ.,,,,,,,,ପ୍ରଶାନ୍ତ ପାଢୀ