କଣ୍ଟାବାଞ୍ଜି ୨/୧୨ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନାରୁ ତିନି କିଲୋମିଟର ଦୂରରେ ଥିବା କଲେଜ ନିକଟସ୍ଥ ଲାଠୋର ମୁଖ୍ୟ ରାସ୍ତାରୁ ୩୦ ରୁ ୩୫ ମିଟର ଦୂର ଜଙ୍ଗଲ ଭିତରେ ଏକ ଅଜଣା ମୃତଦେହ ଉଦ୍ଧାର କରାଯାଇଥିଲା ଗତ ୨୪ ତାରିଖରେ, ସେହି ମୃତ ଦେହ ଛତ୍ତିଶଗଡ଼ର ତନୁର ବୋଲି ଜାଣିବା ପରେ ଛତ୍ତିଶଗଡ଼ ପୁଲିସ ଏକ୍ସନ ମୋଡ ଆସିଥିଲା, ଓ ତନୁର ଅନ୍ତେବାସୀ ବନ୍ଧୁ ସଚିନ ଅଗ୍ରୱାଲଙ୍କୁ ବାନ୍ଧିଥିଲେ ଓ ପଚରାଉଚରା କରିବାରୁ ସତ ଉଗାଳି ଦେଇଥିଲା, ତନୁ କୌଣସି ଏକ ବ୍ଯାଙ୍କରେ ଚାକିରି କରୁଥିବା ବେଳେ ସଚିନ ମୌଜ କରୁଥିଲା, ସୂଚନା ଯୋଗ୍ୟ ଯେ କିଛି ବର୍ଷ ଆଗରୁ ସଚିନ ଅଗ୍ରୱାଲ କଣ୍ଟାବାଞ୍ଜିରେ ରହୁଥିଲା ଓ ଅନେକ କାଣ୍ଡ ଘଟାଇବା ପରେ ଛତ୍ତିଶଗଡ଼ର ରାଇପୁରରେ ତନୁ ସହ ଲିଭ ଇନ ରିଲେସନରେ ରହୁଥିଲା, ହଟାତ କୌଣସି କଥାକୁ କେନ୍ଦ୍ର କରି ଦୁଇ ଜଣଙ୍କ ମଧ୍ୟରେ ଝାମେଲା ହୋଇଥିଲା, ବେଆଇନ ଭାବେ ରଖିଥିବା ମାଉଜରରେ ତନୁକୁ ଗୁଳି କରି ହତ୍ୟା କରିବା ପରେ ତନୁର ମୃତ ଦେହକୁ କାରରେ ପ୍ୟାକିଂ କରି କଣ୍ଟାବାଞ୍ଜିର ବନ୍ଧୁ ସୂର୍ୟା ଅଗ୍ରୱାଲକୁ ଡ଼ାକି ତୁରେକେଲା ଜଙ୍ଗଲରେ କୌଣସି କେମିକାଲ ସାହାର୍ଯ୍ୟରେ ଜାଳି ଦେଇଥିଲେ, ଫଳରେ ନିଆଁ କେବଳ କେମିକାଲ ଲାଗିଥିବା ଏତିକି ହିଁ ଜଳି ଯାଇଥିଲା, ଅନ୍ୟ ପକ୍ଷରେ ରାଇପୁର ପୁଲିସ ସଚିନକୁ ଗିରଫ କରିବା ପରେ ସହଯୋଗୀ ସିରିୟା ଅଗ୍ରୱାଲର ନାମ ନେଇଥିଲା ଓ ସିରିୟାର ଘରୁ ମାଉଜର ଟିଏ ବି ଯବତ କରାଯାଇଥିବା ସୂଚନା ମିଳିଛି, କିଛି ବର୍ଷ ତଳେ ସଚିନ ଅଗ୍ରୱାଲ ମହାସମୁନ୍ଦରେ ବାଗୀଙ୍ଗ ଲୁଟି ଥିଲା ଓ କଣ୍ଟାବାଞ୍ଜିର ନିର୍ଦ୍ଦୋଷ ଯୁବକ ମାନଙ୍କୁ ପିସି ହେବାକୁ ପଡ଼ିଥିଲା,