ଶିଳ୍ପ ର ବିକାଶ ନେଇ ମୂଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବୁଦ୍ଧିଜୀବୀ ।

ବାରିପଦା,୦୨/୧୨ ମୟୁରଭଞ୍ଜ ଜିଲ୍ଲାରେ ଶିଳ୍ପ ର ବିକାଶ ନେଇ ମୂଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଛନ୍ତି ବୁଦ୍ଧିଜୀବୀ।ରାଜ୍ୟରେ ମାନ୍ୟବର ମୂଖ୍ୟମନ୍ତ୍ରୀ” ମେକ ଇନ୍ ଓଡ଼ିଶା କନକ୍ଲେଭ” ଯୋଜନା ମାଧ୍ୟମରେ ଓଡ଼ିଶାରେ ଶିଳ୍ପ ର ବିକାଶ ପାଇଁ ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି।ମୟୂରଭଞ୍ଜ ଜିଲ୍ଲାରେ ଦୀର୍ଘ ଦିନ ଧରି କାଠପାଳ ସ୍ପିନିଂ ମିଲ,ନିକୋ କାରଖାନା, ଗଞ୍ଜି କାରଖାନା ପ୍ରଭୃତି ବିଭିନ୍ନ କଳକାରଖାନା ବନ୍ଦ ହୋଇ ପଡ଼ିରହିଛି। ତେବେ ମୟୁରଭଞ୍ଜ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୋୖଣସି କଳକାରଖାନା ନଥିବା ବେଳେ ଶିଳ୍ପ ର ବିକାଶ ପାଇଁ କୋୖଣସି ପଦକ୍ଷେପ ନିଆଯାଇନାହିଁ। ମୂଖ୍ୟମନ୍ତ୍ରୀ ଙ୍କ  ବୃହତ ଯୋଜନା “ମେକ ଇନ୍ ଓଡ଼ିଶା କନକ୍ଲେଭ “ରେ ଜିଲ୍ଲାରେ ବନ୍ଦ ହୋଇ ପଡିଥିବା ସ୍ପିନିଂ ମିଲ,ନିକୋ କାରଖାନା, ଗଞ୍ଜି କାରଖାନା ପ୍ରଭୃତି ଅନ୍ତର୍ଭୁକ୍ତ କରି ଅବହେଳିତ ଶିଳ୍ପ କ୍ଷେତ୍ର ରେ ପୁନଃ ଉଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରାଗଲେ ମୟୁରଭଞ୍ଜ ଜିଲ୍ଲା ବାସୀ ବିଶେଷ ଉପକୃତ ହେବେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।ଏଣୁ ଜିଲ୍ଲାର ବରିଷ୍ଠ ଆଇନଜୀବି ବିଜନ ଦାସ, ଶଚ୍ଚି ପଟ୍ଟନାୟକ, ଶାନ୍ତନୁ ପାଲ,ମହେଶ ଶତପଥୀ,ଅମୀୟ ଶଙ୍କର ଦାସ, ଜ୍ୟୋତି ପ୍ରକାଶ ଦାସ, ଶ୍ବେତକେତୁ ଦତ୍ତ, ରାମ ଶଙ୍କର ମିଶ୍ର, ଶାରଦା ପ୍ରସନ୍ନ ଭଟ୍ଟ, ପ୍ରଦୀପ କୁମାର ଦାସ, ହରେକୃଷ୍ଣ ମହାନ୍ତ, ଭବାନୀ ଶଙ୍କର ସାହୁ ପ୍ରମୁଖ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚିଠି ମୂଖ୍ୟମନ୍ତ୍ରୀ ଙ୍କ ଅବଗତ ନିମନ୍ତେ ଲିଖିତ ଭାବେ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.