ରକ୍ତ ବଦଳରେ ରୋଗୀ ସମ୍ପକୀୟଙ୍କୁ ଟଙ୍କା ମାଗିବା ଅଭିଯୋଗରେ ଦୁଇ ଦଲାଲ ଗିରଫ

ଭଞ୍ଜନଗର,୦୨/୧୨ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରେ ଜଣେ ରୋଗୀଙ୍କୁ ରକ୍ତ ଦେଇ ଟଙ୍କା ମାଗିବା ଅଭିଯୋଗ ରେ ଦୁଇ ଦଲାଲଙ୍କୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଯଜ୍ଞ ଦାସ ଏବଂ ସରୋଜ କୁମାର ସାହୁ । ସୂଚନା ଅନୁଯାୟୀ, ଗାଙ୍ଗପୁର ଥାନା ଅଞ୍ଚଳର ଜଣେ ଜୈନିକ ମହିଳା ତାଙ୍କ ଭାଇର ଚିକିତ୍ସା ନିମନ୍ତେ ଡାକ୍ତରଖାନା କୁ ଆଣିଥିଲେ । ସେଠାରେ ତାଙ୍କୁ ରକ୍ତ ଆବଶ୍ୟକ ରହିଥିବା ଡାକ୍ତର କହିବା ପରେ ସେ ରକ୍ତ ଯୋଗାଡ଼ କରିବାରେ ଲାଗି ପଡିଥିଲେ। ବିପଦର ବନ୍ଧୁ ସଂଘଠନ ସମେତ କିଛି ବ୍ୟକ୍ତି ବିଶେଷ ଙ୍କୁ ରକ୍ତଦାନ କରିବା ପାଇଁ କହିଥିଲେ। ଏହା ପରେ ଗୁରୁବାର ସକାଳେ ଜଣେ ବ୍ୟକ୍ତି ରକ୍ତ ଦେବାକୁ କହି ରୋଗୀ ଙ୍କ ସମ୍ପକୀୟ ମହିଳା ଜଣ ଙ୍କୁ ରକ୍ତ କେନ୍ଦ୍ରକୁ ଡାକି ନେଇଥିଲେ। ସେଠାରେ ଯଜ୍ଞ ରକ୍ତ ଦେବା ପରେ ରକ୍ତ ବଦଳରେ ୪ ହଜାର ୫୦୦ ଟଙ୍କା ଦାବି କରିଥିଲେ। ରୋଗୀଙ୍କ ସମ୍ପର୍କୀୟଙ୍କ ସନ୍ଦେହ ଜାତ ହେବାରୁ ସେ ତୁରନ୍ତ ବିପଦର ବନ୍ଧୁ ସ୍ବେଚ୍ଛାସେବୀଙ୍କ ସହ ଯୋଗାଯୋଗ କରିଥିଲେ। ସମସ୍ତ ସତ କଥା ଜାଣିପାରି ଦଲାଲ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୁଲିସ ଯଜ୍ଞ ଓ ତାକୁ ପଠାଇଥିବା ସରୋଜ କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିଲା।ଏ ନେଇ ରୋଗୀ ଙ୍କ ସମ୍ପକୀୟ ଜୈନିକ ମହିଳା ଜଣଙ୍କ ରକ୍ତ ବଦଳରେ ତାଙ୍କୁ ଟଙ୍କା ମାଗୁଥିବା ଲିଖିତ ଅଭିଯୋଗ କରିବା ପରେ ପୁଲିସ ୬୬୧/୨୨ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇ ଥିବା ଥାନାଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.