ବାଲିଆପାଳ ବ୍ଲକ ସମୁଖରେ ୬ଦଫା ଦାବି ନେଇ ବାଲିଆପାଳ ସ୍ବାଭିମାନ ମଞ୍ଚ  ପକ୍ଷରୁ ଆମରଣ ଅନଶନ

ବାଲିଆପାଳ ୧୭/୧ (ନ.ନ୍ଯୁ.ସ.) ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ  ୬ଦଫା ଦାବି ନେଇ ବାଲିଆପାଳ ସ୍ବାଭିମାନ ମଞ୍ଚ  ପକ୍ଷରୁ ଆମରଣ ଅନଶନ ଆରମ୍ଭ ହୋଇଛି। ବାଲିଆପାଳ ସ୍ବାଭିମାନ ମଞ୍ଚ  ପକ୍ଷରୁ ବିଭିନ୍ନ ସମୟରେ ପ୍ରଶାସନକୁ ବାଲିଆପାଳ ର ସ୍ବାଭିମାନ ପାଇଁ ଅଣ୍ଟା ପ୍ରଶାସନ ଠାରେ ଗୁହାରୀ କରି ଆସୁଥିଲେ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବାରୁ ମଙ୍ଗଳବାର  ନିର୍ବାଚନ ମଣ୍ଡଳୀ ର ନାମ ପରିବର୍ତ୍ତନ , ଚାଷୀ ମାନଙ୍କ ପାଇଁ ଶୀତଳ ଭଣ୍ଡାର,ସ୍ପିନିଙ୍ଗ ମିଲକୁ ପୁନରୁଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରିବା, ବାଲିଆପାଳକୁ ଏନ୍ଏସି ଘୋଷଣା କରାଯିବା ,ଡଗରା ବେଳାଭୂମି ର ଉନ୍ନତିକରଣ କରାଯିବା, ବାଲିଆପାଳରେ ଆଇଟିଆଇ ଏବଂ ଇଞ୍ଜିନିୟରିଂ ସ୍କୁଲ ଆଦି ସ୍ଥାପନ କରିବା ପାଇଁ  ବ୍ଲକ ସମ୍ମୁଖରେ  ସ୍ବାଭିମାନ ମଞ୍ଚ ର କର୍ମକର୍ତ୍ତା ଆମରଣ ଅନଶନ ରେ ବସିଲେ। ତେବେ   ୬ଦଫା ଦାବି କୁ ପୂରଣ କରିବାକୁ ଦଳଗତ ନିର୍ବିଶେଷରେ ସମସ୍ତେ ବାଲିଆପାଳ ଅଞ୍ଚଳ ଜନସାଧାରଣ ଙ୍କୁ ଏହି ସ୍ବାଭିମାନ ଲଢେଇରେ ସାମିଲ ହେବାକୁ ମଞ୍ଚ ପକ୍ଷରୁ ଆହ୍ବାନ ଦିଆଯାଇଥିଲା। ମାତ୍ରା ଏହି ଆହ୍ଵାନ ରେ କୈାଣସି ରାଜନେତା ସାମିଲ ହୋଇନଥିବରୁ ସ୍ବାଭିମାନ ମଞ୍ଚ ପକ୍ଷ ରୁ ସେମାନଙ୍କୁ ତାଛଲ୍ଯ କରାଯାଇଥିଲା। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ମଞ୍ଚର ସଭପତି ସତ୍ୟକାମ ମହାନ୍ତି ସୂଚନା ଦେଇଛନ୍ତି। ତୀର୍ଥ କୁମାର ନାଗ, ଭକ୍ତ ରଂଜନ କର, ଜଗବନ୍ଧୁ ଜେନା, ସଦାଶିବ ସେଠୀ, ରମା ଚନ୍ଦ୍ର ରାଉତ, ସଞ୍ଜୟ ଗିରି, ମନୋଜ ଜେନା, ଦେବାଶିଷ ପାତ୍ର, ଅରୁଣ କୁମାର ମହାନ୍ତି ଙ୍କ ସହିତ ଅନ୍ୟ ସଦସ୍ୟ ମନେ ଅନଶନରେ ସାମିଲ ଥିଲେ।

Leave A Reply

Your email address will not be published.