ବିଧବା ହେବାର ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ମିଳୁନି ବିଧବା ଭତା

ସ୍ୱାମୀର ମୃତ୍ୟୁ ହେବାର ଆଜକୁ ଡେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମିଳୁନି ବିଧବା ଭତା ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ କାଗଜପତ୍ର ଦେବା ପରେ ମଧ୍ୟ ମଞ୍ଜୁର ହୋଇ ପାରୁନି ଭତା ଏମିତି ଏକ ଦୁଃଖଦିୟ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ ଗ୍ରାମପଞ୍ଚାୟତ ଅଧିନସ୍ତ କୁଳେକେଲା ଗ୍ରାମରେ ଏହି ଗ୍ରାମର ରଞ୍ଜୁ ବାଗ ସ୍ୱାମୀ ସ୍ବର୍ଗତ କୁର୍ତ୍ତିବାସ ବାଗ। କୁର୍ତ୍ତିବାସଙ୍କ ମୃତ୍ୟୁ ହେବାର ଡେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାଇ ନାହାନ୍ତି ବିଧବା ଭତା ପ୍ରତ୍ୟେକ ପରିବାର ପ୍ରତିପୋଷଣ ପାଇଁ ହେଉ କିମ୍ବା ଚଳିବା ପାଇଁ ହେଉ ଦୁଇ ଅଲି ଦୁଇ ମୁଠା ଖାଇବା ପାଇଁ ଆବଶ୍ୟକ ପଡ଼ି ଥାଏ କିନ୍ତୁ ଏହି ପରିବାର ପାଇଁ ତାହା ବି ସାତ ସପନ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନାର ଡ଼ିଡ଼ିମ୍ବ ପିଟୁଛନ୍ତି। କିନ୍ତୁ ଏହି ପରିବାର ପାଖରେ ସମସ୍ତ ସରକାରୀ ଯୋଜନା ଅପହଞ୍ଚ। ଯେତେବେଳେ କୁର୍ତ୍ତିବାସ ବଞ୍ଚିଥିଲେ ସୁଖ ଶାନ୍ତିରେ କୂଳି ମଜୁରୀ କରି ନିଜ ପରିବାରକୁ ପ୍ରତିପୋଷଣ କରି ଆସୁଥିଲେ। ସେ ଥିବା ସମୟରେ ତାଙ୍କୁ ଆବଶ୍ୟକ ପଡୁନଥିଲା ସରକାରୀ ସାହାଯ୍ୟର କିନ୍ତୁ ଯେତେବେଳେ ହଟାତ ତାଙ୍କ ମୃତ୍ୟୁ ଘଟିଲା ବେସାହାରା ହେଲା ପରିବାର ଜଣେ ବିଧବା ମହିଳା ନିଜ ଛୋଟ ଛୋଟ ଦୁଇ ପୁଅକୁ ଧରି କୁଆଡେ ଯିବ କେମିତି ପୁଅ ମାନଙ୍କ ଆଗାମୀ ଭବିଷ୍ୟତ ଗଢ଼ିବ। ମଞ୍ଜୁଳା ଘର ସଂସାର କରି ବିଧବା ହେବାର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଧବା ଭତା ରାସନ କାର୍ଡ଼ ଘରଟିଏ ପାଇ ନାହାଁନ୍ତି। ଯାହା ବର୍ତ୍ତମାନ ସ୍ଥିତିରେ ଘର ଚଳିବାରେ ବାଧା ସୃଷ୍ଟି ହେଉଛି। ମଞ୍ଜୁ ଯେଉଁଦିନ କୁଳି ମଜୁରୀ କରିବା ପାଇଁ ଯିବେ ସେ ଦିନ ହିଁ ତାଙ୍କ ପରିବାରକୁ କିଛି ଖାଇବା ପାଇଁ କିମ୍ବା କିଛି ଘର ଖର୍ଚ୍ଚ କରିବା ପାଇଁ ଆସିଥାଏ ନ ହେଲେ ଭୋକ ଉପାସରେ ଦିନ କାଟିବାକୁ ପଡ଼ିଥାଏ। ହେଲେ ଏହି ପରିବାର ଉପରେ କୌଣସି ବିଭାଗୀୟ ଅଧିକାରୀଙ୍କ ନଜର ନାହିଁ। ଏପର୍ଯ୍ୟନ୍ତ ବୁଝି ହେଉନି ସରକାରଙ୍କ ମାଲ ମାଲ ଯୋଜନା ଯୋଜନା ଗରିବ ଲୋକମାନଙ୍କ ପାଇଁ କିମ୍ବା ସରକାରୀ କାର୍ଯ୍ୟାଳୟରେ ସୀମିତ ପାଇଁ ସ୍ଥାନୀୟ ଲୋକଙ୍କ ମନରେ ଏବେ ଏହା ପ୍ରଶ୍ନ ଉଠୁଛି। କେବେ ବିଭାଗୀୟ ଅଧିକାରୀ ମାନେ ତାଙ୍କ କର୍ତ୍ତବ୍ୟ କରିବେ ଓ ହିତାଧିକାରୀ ମାନେ ତାଙ୍କ ଅଧିକାର ପାଇବେ। ଏ ସମ୍ପର୍କରେ ଆମେ ବୋଡେ଼ନ ଗୋଷ୍ଠିଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିଥିଲୁ ସେ କହିଥିଲେ ଆମ ପକ୍ଷରୁ ଯାହା ସମ୍ଭବ ହେବ ଆମେ ସାହାଯ୍ୟ କରିବୁ ବୋଲି ତାଙ୍କ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.