ରାୟଗଡ଼ – ଉତ୍କଳ ଆଲୁମିନା କମ୍ପାନୀ ତରଫରୁ ଯୁବ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଡ୍ରାଇଭିଙ୍ଗ ତାଲିମ ପ୍ରଦାନ କରୁଛି | ପାରିପାର୍ଷିକ ଜନସାଧାରଣଙ୍କ ବିକାଶ ପାଇଁ ରୂପାନ୍ତରିତ ପାଇଁ ନିରନ୍ତର ପ୍ରୟାସ ଆଦିତ୍ୟ ବିରଲା ଗ୍ରୁପର ସି ଏସ ଆର ପରିଜେକ୍ଟ ର ହିନ୍ଦାଲକୋ ଇଣ୍ଡଷ୍ଟ୍ରି ଲିମିଟେଡ଼ ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟାରନେସନାଲ ଲିମିଟେଡ଼ ପ୍ରାୟସରେ ପ୍ରଜେକ୍ଟର କୁଶଳୀ ହାଲୁକା ମଟର ଜାନ ଡ୍ରାଇଭିଙ୍ଗ ତାଲିମ ପ୍ରଦାନ ଆରମ୍ଭ ହେଇଛି | ଥୁଆମୂଳ ରାମପୁର ବ୍ଲକ ଗୋପୀନାଥ ପୁର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ନବରଙ୍ଗପୁର ମେସେର୍ସ ଶ୍ରୀ ଗଣେଶ ତାଲିମ ସ୍କୁଲ ସହାୟତାରେ ଚଳିତ ମାସ 19 ତାରିଖରେ ଏହାର ଶୁଭାରମ୍ଭ କରାଯାଇଛି | କଳାହାଣ୍ଡି ବ୍ଲକ ଥୁଆମୂଳ ରାମପୁର ବ୍ଲକ ର ନାମ ଲେଖାଇଥିବା 30 ଜଣ ଯୁବକଙ୍କୁ ତାଲିମ ଓ ପ୍ରମାଣ ପତ୍ର ଦେଇ ଆତ୍ମନିର୍ଭର କରିବା ଲକ୍ଷ କରି ଏହି ଶିବିର ଆରମ୍ବ କରାଯାଇଛି | ସେମାନଙ୍କୁ ଏକ ମାସ ଧରି କୁଶଳତା ପୂର୍ବକ ତାଲିମ ପ୍ରଦାନ ସୁରକ୍ଷା, ଟ୍ରାଫିକ ନିମୟମର ଜ୍ଞାନ, ପ୍ରାକ୍ଟିକାଲ ର ପ୍ରଦର୍ଶନ କରିବା ସହ ନୂତନ ନିୟମର ଅଧିବେଶନ ରେ ତାଲିମ ପ୍ରଦାନ କରାଯିବ | ଅଂଶ ଗ୍ରହଣ କାରୀଙ୍କୁ ଵିଧି ବଧ ଭାବେ ସଫଳତାର ସହ ଲାଇସେନ୍ସ ପ୍ରଦାନ କରାଯିବ | ଏହି ଉଦ୍ଘାଟନୀ ଅବସରରେ ଓଏଲ ଏମ ର ବିପିଏମ ସୌମ୍ୟରଞ୍ଜନ ମହାପାତ୍ର, ପଞ୍ଚାୟତ ଏକଜୁଟିଭ ଅଫିସର ଜୟନ୍ତ ପଟେଲ,ସି ଏସ ଆର ଜି ଏମ ଲୋପାମୁଦ୍ରା ପ୍ରିୟଦର୍ଶିନୀ,ଗଣେଶ ଡ୍ରାଇଭିଙ୍ଗ ସ୍କୁଲର ଚିଫ ସତ୍ୟବାଦୀ ଷଡ଼ଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ | ଏ ଜି ଏମ ସି ଏସ ଆର ମନୋଜ ଦାଶ,ସିକ୍ୟୁରିଟି ମ୍ୟାନେଜର ଡମ୍ବୁରୁ ନାୟକ,ସଂମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ | ତାଙ୍କ ବାର୍ତାରେ ୟୁନିଟ ହେଡ଼ ଓ ସଭାପତି ମହଜର ବେଗ ଅଂଶ ଗ୍ରହଣ କାରୀଙ୍କୁ ତାଲିମ ପାଇଁ ରୋଜଗାରୀର ଉତ୍ସ ଭାବେ ଅର୍ଥ ଗ୍ରହଣ କାରୀ ଙ୍କୁ ବୁଝାଇ ଥିଲେ | ସେ ଜୋର ଦେଇଥିଲେ କି ଆଗାମୀ ଦିନରେ ଏକ ସୁରକ୍ଷିତ ଗୋଷ୍ଠୀ ଗଠନ କରୀ ସୁନ୍ଦର ତାଲିମ ଡ୍ରାଇଭର ଭାବେ ଅଞ୍ଚକକୁ ସେବା ପ୍ରଦାନ କରାଯିବା ଆଶାନେଇ ତାଲିମ ପ୍ରଦାନ କରାଯିବା ଏହାର ଲଖ୍ୟ | ଶ୍ରୀମତୀ ପ୍ରିୟା ଦର୍ଶିନୀ ଉପସ୍ଥିତି ଥିବା ଅତିଥି ଓ ତାଲିମ ପ୍ରାପ୍ତ ଅଂଶ ଗ୍ରହଣ କାରୀ ଙ୍କୁ ସ୍ୱାଗତ କରି ଥିଲେ ଓ ଆତ୍ମନିର୍ଭର ଶିଳ ହେବାକୁ କହିଥିଲେ ଏଥିପାଇଁ କମ୍ପାନୀ ଯାହା ପାରିବ ସହଯୋଗ କରିବା ପାଇଁ ପ୍ରତିବଧ ଅଟେ | ଏହି କାର୍ଯ୍ୟକ୍ରମକୁ ମାଇନ୍ସ ସିଏସ ଆର ଟିମ ପରିଚାଳନା କରିଥିଲେ |