ବରୀ,୨୭/୧(ନନ୍ୟୁସ): ଅନ୍ଧାରରୁ ଆଲୋକ ଆଡକୁ ଜ୍ଞାନର ଆଲୋକ ଦେଇ ଆଗକୁ ଚାଲିବା ପ୍ରେରଣା ଯୋଗାଉଥିବା ଜୀବନ୍ତ ଭଗବାନ ହେଉଛନ୍ତି ଗୁରୁ । ଗୁରୁ ପରମ୍ପରା ଆମ ଦେଶ ଭାରତରେ ବିଶ୍ୱର ପ୍ରାଚୀନ ପରମ୍ପରା । ସେହି ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରି ବାଲିଆ ଗ୍ରାମପଂଚାୟତ ନିଜକୁ ଗୌରବାନ୍ୱିତ କରିଛି । ଏଭଳି କାର୍ଯ୍ୟକ୍ରମ କେବଳ ବାଲିଆ କାହିଁକି ସବୁଠି ଆୟୋଜନ କରାଗଲେ ଗୁରୁ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସମ୍ପର୍କ ଆହୁରୀ ମଜ୍ବୁତ ହୋଇପାରନ୍ତା ବୋଲି ବାଲିଆ ପଂଚାୟତରେ ଆୟୋଜିତ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗ ଦେଇ ପ୍ରକାଶ କରିଛନ୍ତି
ବରୀ ବ୍ଲକ୍ ଅନ୍ତର୍ଗତ ବାଲିଆ ପଂଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଏକ ସମ୍ବର୍ଦ୍ଧନା ସଭା ପୂର୍ବତନ ସମିତି ସଭ୍ୟ ତଥା ନହଣ କୃଷି ସମବାୟ ସମିତିର ସଭାପତି ଅଭିନ୍ନ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସାହିତ୍ୟିକ ତଥା ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନା ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ବାଲିଆ ସରପଂଚ ରେବତୀ ଜେନା, ସମିତି ସଭ୍ୟା ମାନସୀ ଦାସ, ସାଂସଦଙ୍କ ପ୍ରତିନିଧି ପ୍ରଦିପ କୁମାର ଘଡାଇ, ପ୍ୟାରିମୋହନ ଏକାଡେମୀ କଟକର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମକର ଚରଣ ଘଡାଇ,ଦୁର୍ଯ୍ୟୋଧନ ଜେନା, ଅବସରପ୍ରାପ୍ତ ମଣ୍ଡଳ ସହ ଶିକ୍ଷାଧିକାରୀ କପିଳ ଚରଣ ସାମଲ, ବଳରାମ ପଣ୍ଡା, କର୍ଣ୍ଣଚନ୍ଦ୍ର ଘଡାଇ, ମନ୍ମଥ ରାୟ, ନାଏବ ସରପଂଚ ଗୋକୁଳାନନ୍ଦ ଜେନା, ପିଇଓ ଅଶୋକ କୁମାର ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ପଂଚାୟତର ଅବସରପ୍ରାପ୍ତ ଶିକ୍ଷକ ଓ ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।