ବାଲିଆପାଳ ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟ ସହିତ ବ୍ଳକର ବିଭିନ୍ନ ସ୍ଥାନରେ ୭୪ ତମ ସାଧାରଣତନ୍ତ୍ରା ଦିବସ ପାଳିତ

ବାଲିଆପାଳ ୨୭/୧ (ନ.ନ୍ଯୁ.ସ.) ବାଲେଶ୍ଵର ଜିଲ୍ଲା ବାଲିଆପାଳ ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟ  ସହିତ ବାଲିଆପାଳ ବ୍ଳକର ବିଭିନ୍ନ ସ୍ଥାନରେ ଗୁରୁବାର ୭୪ ତମ ସାଧାରଣ ତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବାଲିଆପାଳ ଶାରିରୀକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ ସ୍କୁଲର ଛାତ୍ରୀ ଛାତ୍ର ଙ୍କ ସହିତ ସୁବର୍ଣ୍ଣରେଖା ହାଇସ୍କୁଲ ର ଏନସିସି ପିଲାଙ୍କ ମଧ୍ୟରେ ପ୍ୟାରେଡ଼ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ପୁରସ୍କାର ବିତରଣ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଅବସରପ୍ରାପ୍ତ କୃଷି ବୈଜ୍ଞାନିକ ଅଦୈତ୍ୟ ପାତ୍ର ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ।ଅଧ୍ୟାପକ ସୁଶାନ୍ତ ଦାସଙ୍କ  ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ ଦେ, ଏଏସ ପ୍ରଫେସର ବିଭୂତି ଭୂଷଣ ମିଶ୍ର,ଏଏସ ପ୍ରଫେସର ପ୍ରଦୀପ ବିଶ୍ବାଳ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସେହିପରି ବାଲିଆପାଳ ବ୍ଲକ ପରିସରରେ ପଞ୍ଚାୟତ ସମିତିର ଅଧ୍ଯକ୍ଷା ରଞ୍ଜିତା ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ବକ୍ତବ୍ୟ ପ୍ରଦାନ କରିଥିଲେ।ବିଡିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ସହିତ ବ୍ଳକର ସମସ୍ତ କର୍ମଚାରୀ ଓ ଲୋକ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।ବାଲିଆପାଳ ତହସିଲ ପରିସର ରେ ତହସିଲଦାର ଦୀପକ କୁମାର ଦାଶ, ବାଲିଆପାଳ ଥାନା ପରିସରରେ ଆଇଆଇସି ସୁବ୍ରତ ବେହେରା,ବାଲିଆପାଳ ସୁବର୍ଣ୍ଣରେଖା ହାସିସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଜେନା,ପାରୁଳିଆଛକସ୍ଥିତ ଲାୟନ୍ସ କ୍ଲବ ପରିସରରେ କ୍ଲବର ସଭାପତି ଲାୟନ ଅଜୟ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସେହିପରି ଜାମକୁଣ୍ଡା ଛକର ବଣିକ ସଂଘ ପକ୍ଷରୁ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପାଳନରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବାଜେଲ ମାଝୀ ଜାତୀୟ ପତାକା ଉତ୍ତୋଳନ କରି ବକ୍ତବ୍ୟ ପ୍ରଦାନ କରିଥିଲେ।ବାଲିଆପାଳ ଦୁର୍ଗାପୂଜା କମିଟି ପକ୍ଷରୁ ବାଲିଆପାଳ ବସଷ୍ଟାଣ୍ଡ ଠାରେ  ଅନୁଷ୍ଠିତ ସାଧାରଣ ତନ୍ତ୍ର ଦିବସ ପାଳନରେ ବାଲିଆପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ମଧୁସୂଦନ ବାରିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

Leave A Reply

Your email address will not be published.