ବାଲିଆପାଳ ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲିଆପାଳ ୨୭/୧ (ନ.ନ୍ଯୁ.ସ.) ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ସରସ୍ୱତୀ ଶିଶୁ ମନ୍ଦିରରେ ଶୁକ୍ରବାର ୧୮ତମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷ ତଥା ସରସ୍ୱତୀ ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ପଞ୍ଚାନ ପଣ୍ଡାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବୀନ୍ଦ୍ର ନାଥ ଅଣ୍ଡିଆ, ମୁଖ୍ୟ ବକ୍ତା ଭାବରେ କୃଷ୍ଣ ଚନ୍ଦ୍ର ପିପିଲି ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଦୟାନିଧି ସାହୁ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।ବିଦ୍ୟାଳୟର ସମ୍ପାଦକ ଡ ଦେବବ୍ରତ ଦଣ୍ଡପାଟ ବାର୍ଷିକ ବିବରଣୀ ପାଠ କରୁଥିବା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। କୃତି ଛାତ୍ରୀ ଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ଵାର ପୁରସ୍କାର ବିତରଣ କରାଯାଉଥିଲା। କମିଟିର ଉପସଭାପତି ନଗେନ୍ଦ୍ର ନାଥ ଦଣ୍ଡପାଟା ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଜାମକୁଣ୍ଡା ସରସ୍ବତୀ ଶିଶୁ ମନ୍ଦିରରେ ଗୁରୁବର ୪ଥ ବାର୍ଷିକ ଉତ୍ସବ ପାଳିତ  ହୋଇଯାଇଛି।କମିଟିର ସ୍ଥାୟୀ ସଭାପତି ବଂଶୀ ଧର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିକାଶ କମିଟିରେ ସଦସ୍ୟ ଗୋପାଳ ଚନ୍ଦ୍ର  ଦାସ , ମୁଖ୍ୟ ଅତିଥି ଭାବରେ କମିଟିର କୋଷାଧ୍ୟକ୍ଷ ଗୁଣାକର ଦେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।ସମ୍ମାନିତ ଅତିଥି ଭାବରେ ପ୍ରମଥନାଥ ଜେନା, ସମିତି ସଭ୍ୟା ଗାୟତ୍ରୀ ଦଲାଇ, ସରପଞ୍ଚଙ୍କ ପ୍ରତିନିଧି ଜଗନ୍ନାଥ ମହାନା ଯୋଗ ଦେଇଥିଲେ ।ବାର୍ଷିକ ଉତ୍ସବ ରେ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।  ଉଭୟ ଶିଶୁ ମନ୍ଦିର ରେ କୃତି ଛାତ୍ରୀ ଛାତ୍ର ଙ୍କୁ  ଅତିଥି ମାନଙ୍କ ଦ୍ଵାରା  ସାଟି ଫିକେଟ ଓ ପୁରସ୍କାର ବିତରଣ କରାଯାଉଥିଲା। ଶିଶୁ ମନ୍ଦିର ର  ଛାତ୍ରୀ ଛାତ୍ର  ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ନାଚ ଗୀତା ପରିବେଷଣ କରିଥିଲେ।ଉପସ୍ଥିତ  ଅବିଭାବକ ଓ ଦର୍ଶକ  ମାନେ ପିଲା ମାନଙ୍କର ନାଚ ଗୀତା ପରିବେଷଣକୁ ହୃଦୟ ସହକାରେ ଉପଭୋଗ କରିଥିଲେ।

Leave A Reply

Your email address will not be published.