ଭାଜପା ରାଜ୍ୟ ଯୁବ ସଭାପତି ଇସାରିସଙ୍କ ରାୟଗଡ଼ର ସାଙ୍ଘଟନିକ ମଣ୍ଡଳ ଗସ୍ତ

 ରାୟଗଡ଼ -29/01-(ଧନେଶ୍ୱର ରାଉତ )-ନିର୍ବାଚନ ପାଖକୁ ପାଖ ହେଇ ଆସୁଥୁବା ବେଳେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି ଏହି ଅବସରରେ ରାଜନୈତିକ ନେତାଙ୍କ ଗସ୍ତ ବଢ଼ିବାରେ ଲାଗିଛି | ଗତ ୨ ଦିନ ତଳେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ଭାରତ ଯୋଡ ଯାତ୍ରା ପାଇଁ ପିସିସି ସଭାପତି ଶରତ ପଟନାୟକଙ୍କ ଗସ୍ତ ହେଉ ଗୋଷ୍ଠୀ କନ୍ଦଳ ତୁଟେଇବା ପାଇଁ ଶାସକ ଦଳର ବରିଷ୍ଠ ପୂର୍ବତନ ମନ୍ତ୍ରୀ ପ୍ରମିଳା ମାଲିକ ଙ୍କ ଗସ୍ତଙ୍କୁ ନେଇ ରାଜନୈତିକ ହଟ ଚମଟ ଲାଗି ରହିଛି | ସେହିଭଳି ୨ ଦିନିଆ ସଂଘଟନିକ ଗସ୍ତ କରି ଭାରତୀୟ ଜନତା ପାର୍ଟିର ଯୁବ କର୍ମୀଙ୍କ ମନରେ ଉତ୍ସାହ ଭରିବାରେ ଆଗେଇ ଚାଲି ଛନ୍ତି ରାଜ୍ୟ ଯୁବମୋର୍ଚା ସଭାପତି ଇସାରିସ ଆଚାର୍ଯ୍ୟ |ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲା ଠାରୁ ପାରଳାଖେମୁଣ୍ଡି ମଣ୍ଡଳ ବୈଠକ ସାରି ରାୟଗଡ଼ ଉପଖଣ୍ଡ ଗୁଣୁପୁର ସହରୀ ମଣ୍ଡଳର କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ ଓ ବାର୍ତାଳାପ ପରେ ରାୟଗଡ଼ ଗ୍ରାମୀଣ ମଣ୍ଡଳ ଜେ କେ ପୁର ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ କଲ୍ୟାଣସିଂହପୁର ଶିକାରପାଇ ମଣ୍ଡଳ ଠାରେ ମଣ୍ଡଳ ସଭାପତି ମନୋଜ ସେଠି, ଯୁବମୋର୍ଚ୍ଚା ସଭାପତି ଦିଲୀପ ମିନିୟାକା, ସମ୍ପାଦକ ପୁର୍ଣଚନ୍ଦ୍ର ପଟେଲ ହରିଜନ ମୋର୍ଚ୍ଚା ସମ୍ପାଦକ ନରସିଂହ କୌଶଳୟା, କୃଷକ ମୋର୍ଚ୍ଚା ସଭାପତି କାସ୍ତୁ ପ୍ରସ୍କା, ମହିଳା ମୋର୍ଚ୍ଚା ସଭାପତି ପ୍ରମିଳା ନାୟକଙ୍କ ନେତୃତ୍ୱରେ ଭବ୍ୟ ସ୍ୱାଗତ କରି ସ୍ଲୋଗାନ ଓ ଫୁଲ ମାଳର ଆଦାନ ପ୍ରଦାନରେ ପାଛୋଟି ନେଇ ଏକମାତ୍ର ବିଜୟୀ ହେଇଥିବା ସମିତି ସରପଞ୍ଚ ଭାବେ ଶାସନ ଭାର ସମ୍ଭାଳି ଥିବା ପଞ୍ଚାୟତ କରପା ଶିବ ମନ୍ଦିର ପ୍ରାଙ୍ଗଣରେ ଏକ କର୍ମୀ ସମଦେଶକୁ ଶ୍ରୀ ଆଚାର୍ଯ୍ୟ ସମ୍ବୋଧନ କରିଥିଲେ | ସେଠାରେ ଉପସ୍ଥିତ ସମସ୍ତ କର୍ମୀଙ୍କ ସହ ବ୍ୟକ୍ତିଗତ ଭାବେ ବସି ବିଚାର ବିମର୍ଶ କରିଥିଲେ | ଏହି ଗସ୍ତରେ ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚାର ସମ୍ପାଦକ କାଳିରାମ ମାଝୀ, ରାୟଗଡ଼ ଯୁବ ସଭାପତି ନୀଳାଦ୍ରି ବିହାରୀ ପାତ୍ର, ଗୁଣୁପୁର ମଣ୍ଡଳର ଟିଂକୁ ପଣ୍ଡା ଓ ଅନ୍ୟ କାର୍ଯ୍ୟକର୍ତା, କଲ୍ୟାଣସିଂହପୁର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଅଜିତ ପାଣିଗ୍ରାହୀ ସମ୍ପାଦକ ସୁପ୍ରିତ ବଛା , ସରପଞ୍ଚ ଶ୍ରୀମତୀ ସୁକାନ୍ତି କାଡ୍ରାକା,ସମିତି ଶ୍ରୀମତୀ ସଂଗୀତା ନେମ୍ୱଲପୁରୀ,ପୂର୍ବତନ ସରପଞ୍ଚ ସିନ୍ଧୁ କାଡ୍ରାକା ଓ ଅନ୍ୟସହଯୋଗୀ ମାନେ ଯୋଗଦେଇଥିଲେ | ଏହି ଗସ୍ତ ନେଇ ଶ୍ରୀ ଆଚାର୍ଜ୍ୟଙ୍କ କହିବା କଥାହେଲା ଆଗାମୀ ଦିନରେ ଏହି ଅପାରଗ ସରକାର ର ପାତର ଅନ୍ତର ନୀତି ଓ ଯୁବଗୋଷ୍ଠୀଙ୍କୁ ଅଣଦେଖାକୁ କେନ୍ଦ୍ରକରି ରାଜ୍ୟର ସବୁ ଯୁବ ଗୋଷ୍ଠୀଙ୍କୁ ନେଇ ଏକ ଅନେକ ବଡ଼ ଆନ୍ଦୋଳନ କରାଯିବ ଦୀର୍ଘ 22ବର୍ଷ ଶାସନରେ ମଧ୍ୟ ଶିକ୍ଷା ସ୍ୱାସ୍ଥ୍ୟ, ପକା ଘର ପ୍ରଦାନରେ ଟାଳ ଟୁଳ ନୀତି ଯୋଗୁଁ ଅନେକ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ତ୍ରୁଟି ତେଣୁ ଏହାର ଜବାବ ଜନତା ଠିକ ଭାବରେ ଦେବେ ବୋଲି କହିଛନ୍ତି |

Leave A Reply

Your email address will not be published.