ପଦ୍ମପୁର:- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ବିଜେପୁର ବ୍ଳକ ର ପହଣ୍ଡି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁଶ୍ରୀ ଦିନମଣି ପଣ୍ଡା ଏବଂ ସ୍ୱାସ୍ଥ୍ୟ ଉପକେନ୍ଦ୍ର ର ମହିଳା ସ୍ୱାସ୍ଥ୍ୟକର୍ମୀ କୁନ୍ତଳା ମହାଲିଙ୍ଗ ଙ୍କ ଉଦ୍ୟମରେ ବିଭିନ୍ନ ସମୟରେ ଲୋକମାନଙ୍କ ପାଖକୁ ଯାଇ ଜନସଚେତନତା କରୁଥିବାର ଦେଖିବାକୁ ମିଳିଛି।ବିଶ୍ୱ ମହାମାରୀ କରୋନା ସଙ୍କଟ ରେ ଗତି କରୁଥିବାବେଳେ ଲୋକମାନଙ୍କ ପାଖକୁ ଯାଇ ମାଗଣା ମାକ୍ସ ପ୍ରଦାନ,ହାତଧୂଆର ୬ ଗୋଟି ପଦ୍ଧତି,ସାମାଜିକ ବ୍ୟବଧାନ,କାମ ନଥିଲେ ଅଜଥାଟାରେ ଭିଡ଼ ଯାଗାକୁ ନ ଯିବା ଇତ୍ୟାଦି କୁ ନେଇ ଜନସଚେତନତା ସୃଷ୍ଟି କରିବାର ଦେଖିବାକୁ ମିଳିଥିଲା।ଏଭଳି ମହତ ଆଂକାକ୍ଷା ସକାଶେ ପହଣ୍ଡି ଗ୍ରାମବାସୀ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁଶ୍ରୀ ପଣ୍ଡା ଓ ମହିଳା ସ୍ୱାସ୍ଥ୍ୟକର୍ମୀ ସୁଶ୍ରୀ ମହାଲିଙ୍ଗ କୁ ସାଧୁବାଦ ଜଣାଇଛନ୍ତି।