ବ୍ରହ୍ମପୁର,୨୯/୧/୨୩: ବଡ଼ ବଜାର ଥାନା ଅନ୍ତର୍ଗତ ବ୍ରହ୍ମପୁର ରେଜିଷ୍ଟ୍ରର୍ ଅଫିସ ସ୍ଥିତ ସାନଠାକୁରାଣୀ ମନ୍ଦିରକୁ ଲାଗିରହିଥିବା ଦୁଇଟି ଦୋକାନରେ ଅଗ୍ନିକାଣ୍ଡ ଘଟିବା ଫଳରେ ଦୋକାନଗୁଡିକରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ଖବରପାଇ ଘଟଣା ସ୍ଥଳେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମିଳିଥିବା ସୂଚନା ପ୍ରକାରରେ ସ୍ଥାନୀୟ ସାନ ଠାକୁରାଣୀମନ୍ଦିରକୁ ଲାଗି ରହିଛି ଗୋଟିଏ ସାଇକେଲ ମାର୍ଟ ଏବଂ ଟିଫିନ ଦୋକାନ । ସାଇକେଲ ଦୋକାନୀ ସୁକୁରି ଧିନ ଦୋକାନ ବନ୍ଦ କରି ଘରକୁ ଯାଇଥିବା ବେଳେ ମଧ୍ୟାହ୍ନ ସାଢ଼େ ଗୋଟାଏ ସମୟରେ ସାଇକେଲ ମାର୍ଟରେ ସର୍ଟ ସର୍କିଟ ହୋଇ ଦୋକାନ ଭିତରେ ଥିବା ଟାୟାରରେ ନିଆଁ ଲାଗିଥିଲା ,ପରେ ଅନ୍ୟାନ୍ୟ ସାମଗ୍ରୀରେ ନିଆଁ ଲାଗିଥିଲା ।ଏହା ଦେଖି ସ୍ଥାନୀୟ ଲୋକେ ଦୋକାନୀ ସୁକୁରିଙ୍କୁ ଖବର ଦେଇଥିଲେ । ସାଇକେଲ ଦୋକାନକୁ ଲାଗି ପ୍ରଶାନ୍ତ ସାହୁଙ୍କ ଏକ ଟିଫିନ ଦୋକାନ ରହିଛି । ସାଇକେଲ ମାର୍ଟରେ ସର୍ଟ ସର୍କିଟ ଯୋଗୁଁ ଏହି ଟିଫିନ ଦୋକାନରେ ଅଗ୍ନିକାଣ୍ଡ ଘଟିଲା । ଏହି ଟିଫିନ ଦୋକାନରେ ଥିବା ୩ଟି ଗ୍ୟାସ ହାଣ୍ଡିରୁ ୨ଗ୍ୟାସ ହାଣ୍ଡି ଫାଟିଯାଇଥିଲା । ଯାହା ଫଳରେ ପୁରା ଦୋକାନ ହୁ ହୁ ହୋଇ ନିଆଁ ଜଳିବାରେ ଲାଗିଥିଲା । ଏହା ଦେଖି ସ୍ଥାନୀୟ ଲୋକ ଓ ଯାତାୟାତ କରୁଥିବାଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଥିଲା । ଦୋକାନୀଙ୍କ ଠାରୁ ଖବର ପାଇଁ ଘଟଣା ସ୍ଥଳେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ତେବେ ଉଭୟ ଦୋକାନରେ ନିଆଁ ଲାଗି ପୋଡି ନଷ୍ଟ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୧.୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।