ବାଲିଆପାଳ,୩୦/୧(ନ.ନ୍ଯୁ.ସ.) ବାଲିଆପାଳ ବ୍ଳକର ସର୍ବ ପୁରାତନ ମହାବିଦ୍ୟାଳୟ ସୁବର୍ଣ୍ଣରେଖା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଅଧ୍ୟାପକ ମାନଙ୍କ ସମ୍ମିଳନୀ ଓ ବନ୍ଧୁ ମିଳନ ଉତ୍ସବ ରବିବାର ମହାବିଦ୍ୟାଳୟର ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ କୁମାର ବେଜଙ୍କ ଆବହାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପୂର୍ବତନ ଅଧ୍ୟକ୍ଷ ହୃଦୟ ରଞ୍ଜନ ତ୍ରିପାଠୀ ସଭାପତିତ୍ୱ କରିଥଲେ। ଏହି କାର୍ଯ୍ୟକ୍ରମ ରେ ସୁବର୍ଣ୍ଣରେଖା ମହାବିଦ୍ୟାଳୟ ସ୍ଥାପନ ଠାରୁ ଥିବା ପୂର୍ବତନ ଅଧ୍ୟକ୍ଷ ଓ ଅଧ୍ୟାପକ ଏବଂ ଦମ୍ପନ୍ତି ମାନେ ଯୋଗଦେଇ ମହାବିଦ୍ୟାଳୟର ଆଦ୍ୟ ଇତିହାସ ସହିତ ନିଜ ନିଜର ଅନୁଭୂତି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।କେତେ ଝଡ ଝଞ୍ଜା ମଧ୍ୟରେ ମହାବିଦ୍ୟାଳୟର ସ୍ରଷ୍ଟା ଜନ ନେତା ପୂର୍ବତନ ବିଧାୟକ ସ୍ଵର୍ଗତ ଗଦାଧର ଗିରି ମହାବିଦ୍ୟାଳୟକୁ ପ୍ରତିଷ୍ଠା କରିଥିଲେ ସେ ବିଷୟ ରେ ଅଧ୍ୟାପକ ମାନେ ସେ ବକ୍ତବ୍ୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅଧ୍ୟକ୍ଷ ଓ ଅଧ୍ୟାପକ ମାନେ ପ୍ରତିଷ୍ଠାତା ସ୍ୱର୍ଗତ ଗିରିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ପୂର୍ବତନ ଅଧ୍ୟାପକ ଅନନ୍ତ ଗିରି, ପୂର୍ବତନ ଅଧ୍ୟାପକ ଶ୍ୟାମା ଚରଣ ଦାସ ଓ ଅନ୍ୟାନ୍ୟ ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ପୂର୍ବତନ ଅଧ୍ୟାପକ ଅଜୟ ମୈକାପ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ବିଜୟ କୁମାର ନନ୍ଦୀ ଧନ୍ୟବାଦ ଦେଇଥିଲେ।