ବୋଡ଼େନ-ବୋଡ଼େନ ଗ୍ରାମର ଲୋକନାଥ ପାଣ୍ଡେ ବୟସ ପ୍ରାୟ ୨୭.୨୮ ସେ ଜଣେ ମୋଟର ସାଇକେଲ ମେକାନିକ ଭାବରେ ଅନ୍ୟର ଗ୍ୟାରେଜ କାମ କରି ନିଜ ସ୍ତ୍ରୀ ସହିତ ହସ ଖୁସିରେ ଜୀବନ ବିତାଇ ଆସୁଥିଲେ। ହେଲେ ଭାଗ୍ୟର ଖେଳ ଯୋଗୁଁ ଗତ କାଲି ନିଜ ଗେରେଜର ବାଇକ ଧରି ଫରସରା ଗ୍ରାମପଞ୍ଚାୟତ ଅଧିନସ୍ତ କନକପୁର ଗ୍ରାମର ମୁଖ୍ୟ ରାସ୍ତା ନିକଟରେ ଗାଡ଼ି ଛିଡ଼ା କରି ରାସ୍ତା ଠାରୁ ପାଖା ପାଖି ୧୦୦ ମିଟର ଭିତରକୁ ମହାବନ୍ଧ ରାସ୍ତା ପାଖକୁ କୌଣସି କାରଣ ଯୋଗୁଁ ଯାଇଥିଲେ। କିନ୍ତୁ ସେଠାରେ କିଛି ଦୁର୍ବୁତ୍ତ ପହଞ୍ଚି ତାଙ୍କୁ କୌଣସି ଏକ ଅସ୍ତ୍ରରେ ତାଙ୍କ ହାତରେ ଏବଂ ଗଳାରେ ଜୋରରେ ଆଘାତ କରି ତାଙ୍କ ଗଳା କାଟି ହତ୍ୟା କରିଥିବା ଜଣାପଡ଼ିଛି। ବୋଡେ଼ନ ପୋଲିସ ତାଙ୍କ କୌଶଳ କ୍ରମରେ ତଦନ୍ତ ଜାରି ରଖିଛନ୍ତି। ଜନସାଧାରଣ ପୋଲିସ ଉପରେ ଭରସା ରଖିଛନ୍ତି କି ହତ୍ୟାକାରୀ ନିଶ୍ଚିତ ଭାବେ ଧରାପଡ଼ି ଏବଂ ଆଇନ ଅନୁଯାୟୀ ଦଣ୍ଡିତ ହେବ। ଆଜି ବୋଡ଼େନ ଆଇ.ଆଇ.ସି ସୁଦର୍ଶନ ନାୟକଙ୍କ ଯୋଗାଯୋଗ ଅନୁସାରେ ନୂଆପଡ଼ା ଏସିପି ରାଘବେନ୍ଦ୍ରମ୍ ସାର ଓ ଖରୀଆର ଏସ.ଡି.ପି.ଓ ଅରୁପ ବେହେରା ସାରଙ୍କ ନିର୍ଦ୍ଦେଶ ଅନୁସାରେ ତଦନ୍ତ କାର୍ଯ୍ୟ ଜାରି ରଖିଛନ୍ତି। ତଦନ୍ତ କାର୍ଯ୍ୟରେ ଏସଆଇ କୁଳମଣି ବୁରୁଦା,ଏସ ଆଇ.ସୁରତ ମାଝୀ,ଏସ.ଆଇ ଗୌରୀ ଜାନି ଏବଂ ବୋଡ଼େନ ଥାନାରେ କାର୍ଯ୍ୟରତ ସମସ୍ତ ପୋଲିସ ଅଧିକାରୀ ସହଯୋଗ କରିବା ସହିତ ହତ୍ୟା କାରିକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ହେଉଛି ପୋଲିସର ତଦନ୍ତ କାର୍ଯ୍ୟରେ ସହଯୋଗ କରିବା। ପୋଲିସ ଏବଂ ଜନସାଧାରଣ ଯଦି ଏକ ହୋଇ କାର୍ଯ୍ୟ କରି ଚାଲିବେ ତେବେ ସମାଜରେ ଘଟୁଥିବା ବ୍ୟାଧି ଗୁଡ଼ିକ ସମାପ୍ତ ହୋଇପାରିବ ।