ଅବ୍ୟବସ୍ଥାରେ କରପା ସେବାଶ୍ରାମ ଶିକ୍ଷକ ସାଙ୍ଗକୁ ଶ୍ରେଣୀ ଗୃହ ଅଭାବରେ ଉତ୍ତମ ଶିକ୍ଷରୁ ବଞ୍ଚିତ ଜନଜାତି ଛାତ୍ର ଛାତ୍ରୀ
| ରାୟଗଡ଼ -31/01-(ଧନେଶ୍ୱର ରାଉତ )-ଶିକ୍ଷା ବିନା ଜେ ମଣିଷ ପଶୁତୁଲ୍ୟ ଏହା ସମସ୍ତଙ୍କୁ ଉଣା ଅଧିକ ଜଣା କାରଣ ଶିକ୍ଷା ବିନା ଆଖି ଥାଇବି ଅନ୍ଧ ତେଣୁ ସମସ୍ତେ ଶିକ୍ଷାକୁ ଆପଣେଇ ଏହାର ଆଲୋକରେ ନିଜ ଜୀବନକୁ ଆଲୋକିତ କରିବା କଥା | ଯଦି ଆଜି ଅକ୍ଷର ବ୍ରହ୍ମ ନ ବାହାରି ଥାନ୍ତା ତାହେଲେ ସମାଜରେ ଏଭଳି ଉନତି କଦାପି ଆଶା କରାଯାଇ ପାରେନା ବୋଲି ବୁଦ୍ଧିଜୀବୀଙ୍କ ମତ | କିନ୍ତୁ ସରକାର କୋଟି କୋଟି ଟଙ୍କା ରାଜକୋଷରୁ ସାରି ମଧ୍ୟ ଏହି ଅଧିକାରକୁ କୋମଳ ମତି ଶିଶୁଙ୍କ ପାଖରେ ପହଞ୍ଚାଇବାରେ ବିଫଳ ଗାମୀ ହେଉଥୁବା ମାନେ ହେଉଛି | ଏହିଭଳି ଏକ ବିଦ୍ୟାଳୟ ଅଛି ଯାହାକି ପାଞ୍ଚଟି ଶ୍ରେଣୀକୁ ମାତ୍ର ୨ ଜଣ ଶିକ୍ଷକ ମାତ୍ର ଛାତ୍ରୀ ଛାତ୍ର ସଂଖ୍ୟା 140 ଅଟନ୍ତି, ଶ୍ରେଣୀ ଗୃହ କହିଲେ ମାତ୍ର ୩ଟି ପିଲାଏ ବସି ପାଠ ପଢିବା କେତେ କଷ୍ଟକର ହେଉଛି ତାହା ସହଜରେ ଅନୁମେୟ | ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ପଞ୍ଚାୟତ ଆବାସିକ ସେବାଶ୍ରମରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି | ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ବୈଜନ୍ତିମାଳା ପଟନାୟକଙ୍କ କହିବା କଥା ହେଲା କୋଠରୀ ସାଙ୍ଗକୁ ଷ୍ଟାଫ ସମସ୍ୟା ରହୁଛି ଯଦି ମୋତେ ଅଫିସିଆଲ କାମ ପଡେ ତାହେଲେ ମାତ୍ର ଜଣେ ସହକାରୀ ଶିକ୍ଷକ ଏତେଜଣ ପିଲାଙ୍କୁ ସମ୍ଭାଳିବା ଅତି କଷ୍ଟକର ହେଇ ପଡୁଛି ତେଣୁ ନିହାତି ଆଉ ତିନିଜଣ କର୍ମଚାରୀ ଦରକାର | ଏନେଇ ବ୍ଲକ ମଙ୍ଗଳ ଅଧିକାରୀ ଙ୍କୁ ଅନେକ ବାର ଅବଗତ କରାଯାଇଛି କିନ୍ତୁ କିଛି ସୁଫଳ ମିଳି ପାରିନି | ଭାରତୀୟ ଜନତା ପାର୍ଟିର ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦକ କାଳିରାମ ମାଝୀ ଶିକ୍ଷାର ବ୍ୟବସ୍ଥା କିପରି ପାଳନ ହେଉଛି ଏହାର ଅନୁଧ୍ୟାନ ପାଇଁ ଯାଇଥିଲେ ଓ ପିଲାଙ୍କୁ ଭେଟିଥିଲେ ସେ ଦେଖି କ୍ଷୋଭର ସହ କହିଛନ୍ତି କି ଶିକ୍ଷାରେ ଅନେକ ସୁଧାର ଆଣିଥିବା କଥା କହି ରାଜ୍ୟରେ ଡିଣ୍ଡିମ ପିଟୁଥୁବା ରାଜ୍ୟ ସରକାର ଆଦିବାସୀ ପିଲାଙ୍କ ଜୀବନ ସହ ଖେଳ ଖେଳୁଛି | ଏହାକୁ କଦାପି ବରଦାସ୍ତ କରାଯିବନି ଏନେଇ ଲୋକସଭା ଓ ବିଧାନ ସଭାରେ ପ୍ରଶ୍ନ କରାଯିବ ଯଦି ସମ୍ଭାଳିବାରେ ଅସମର୍ଥ ତାହେଲେ କାହିଁକି ଗଣ୍ଡା ଗଣ୍ଡା ସ୍କୁଲ ଘର ଖୋଲି ରାଜ କୋଷକୁ ଖାଲି କରିବାରେ ବ୍ୟସ୍ତ ଏହି ସରକାର ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି | ଖାଲି ଏହି ବିଦ୍ୟାଳୟ ନୁହେଁ ଜିଲ୍ଲାର ଅନେକ ବିଦ୍ୟାଳୟ ଏଭଳି ସମସ୍ୟା ଲାଗି ରହୁଛି କିନ୍ତୁ ବର୍ଷ ବର୍ଷ ବିତି ଯାଉଥୁଲେହେଁ ସମସ୍ୟାର ସାନଧାନ କରିବାରେ ସରକାର ବିଫଳ ହେଇଛି ତେଣୁ ଏହି ସାରାକର ନୈତିକତା ହରାଇ ବସିଛି ଶିକ୍ଷା ଭଳି ସୁରକ୍ଷାରେ ମଧ୍ୟ ନିୟନ୍ତ୍ରଣ ରକ୍ଷା କରି ପାରୁନି ତେଣୁ ଏହି ସରକାରକୁ ଆଉ ଶାସନରେ ରହିବା ଅଧିକାର ନାହିଁ ବୋଲି ଧିକାର କରିଛନ୍ତି | ଏନେଇ ବ୍ଲକ ମଙ୍ଗଳ ଅଧିକାରୀ ଚନ୍ଦନ ବାଙ୍ଗାରୀଙ୍କୁ ଙ୍କୁ ପଚାରିବାରୁ ସେ କହିଥିଲେ କି ଷ୍ଟାଫ ସମସ୍ୟା ବିଷୟରେ ସେ ଅବଗତ ଅଛନ୍ତି ଏନେଇ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଚଳିତ ବର୍ଷ ସରକାରଙ୍କ ଯୋଜନା ଅନୁସାରେ ନୂତନ ଶିକ୍ଷକ ନିଯୁକ୍ତି କରାଯିବ ବୋଲି କହିଛନ୍ତି |