କଟକ ସଦର,୩୧/୦୧,(ନ.ନ୍ୟୁ.ସ.) : କଟକ ସଦର ଅଞ୍ଚଳର ସର୍ବପୁରାତନ ତଥା ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷର ପ୍ରଣେତା ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାମରେ ନାମିତ ସିଦ୍ଧେଶ୍ୱରପୁର ସ୍ଥିତ ଗୋପାଳ ସ୍ମୃତି ବିଦ୍ୟାପୀଠର ୧୯୭୮ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କନ୍ଦରପୁର (ଦେଧାରୀ) ସ୍ଥିତ ଜାଭିଅର ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି। ଅକ୍ଷୟ ଭୂୟାଁଙ୍କ ଦ୍ଵାରା ପରିଚାଳିତ ଏହି ସଭାରେ ଉମେଶ ଚନ୍ଦ୍ର ଜେନା ସଭାପତିତ୍ବ କରିଥିବାବେଳେ ଭରତ ପ୍ରଧାନ, ପ୍ରଦୀପ କୁମାର ମିଶ୍ର,ସନ୍ତୋଷ ଦାଶ, ସୁଶୀଲ ପ୍ରଧାନ,ପ୍ରଶାନ୍ତ ଜେନା, ଚିତ୍ତରଞ୍ଜନ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ l ପ୍ରାରମ୍ଭରେ “ବନ୍ଦେ ଉତ୍କଳ ଜନନୀ” ଗାନପରେ ଦିବଂଗତ ଶିକ୍ଷକ ଓ ସହପାଠୀଙ୍କ ଉଦ୍ଧେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା l ଦୀର୍ଘ ୪୪ ବର୍ଷ ପରେ ସବୁ ସହପାଠୀ ସପରିବାର ଏକାଠି ହୋଇଥିବାରୁ ଏକ ଆନନ୍ଦମୟ ପରିବେଶ ସୃଷ୍ଟି ହେବା ସହିତ ସ୍କୁଲବେଳର ପୁରୁଣା ସ୍ମୃତିକୁ ପ୍ରଶାନ୍ତ ଜେନା (ଆର୍.ଏମ୍.ଏସ୍), ଗଗନ ବେହେରା,ବଉଳ ଜେନା,ମାଧବାନନ୍ଦ ବେହେରା,ଉମେଶଚନ୍ଦ୍ର ଚିନ୍ନାରା,ପ୍ରସନ୍ନ ସାହୁ,ଚିତ୍ତରଞ୍ଜନ ପ୍ରଧାନ,ବେଣୁଧର ଶତପଥୀ,ନିର୍ମଳା ଜେନା,ବିଜୟ ଆଚାର୍ଯ୍ୟ,ମନୋରଞ୍ଜନ ଦାଶ,ରଞ୍ଜିତ ରାୟ,ନାରାୟଣ ଦଳେଇ,ନିର୍ମଳ ସାହୁ,କାର୍ତ୍ତିକ ସାହୁ, ସୁରେଶ ବ୍ରହ୍ମା,ପ୍ରଫୁଲ୍ଲ ପ୍ରଧାନ, ପଦ୍ମିନୀ ଜେନା,ପ୍ରସନ୍ନ ନନ୍ଦ,ତନୁଜା ଲେଙ୍କା,ଯତୀନ୍ଦ୍ରନାଥ ମହାପାତ୍ର, ଧନେଶ୍ଵର ଭୋଇ,ଦୁଃଖୀଶ୍ଯାମ ରାଉଳ,ଗୋପାଳ ବେହେରା, ଲୋକନାଥ ଦାସ,ନିରଞ୍ଜନ ପ୍ରଧାନ, ପ୍ରଦୀପ ବିଶ୍ଵାଳ,ଜଟାଧାରୀ ସେଠୀ, ପିତାମ୍ବର ମହାପାତ୍ର,ନିରଞ୍ଜନ ପରିଡା,ଯୋଗେନ୍ଦ୍ର ଦଳାଇ,ହୃଦାନନ୍ଦ ସ୍ୱାଇଁ,ଦୁଷ୍ମନ୍ତ ବେହେରା ଓ ରଘୁନାଥ ଭୋଇ ପ୍ରମୁଖ ରୋମନ୍ଥନ କରି ଭାବବିହ୍ବଳ ହୋଇଯାଇଥିଲେ l ଉକ୍ତ ସଭାରେ ସଭାପତି ଶ୍ରୀ ଜେନା ଜୀବନର ଶେଷଭାଗରେ କିପରି “ସୁସ୍ଥ ଓ ନିରାମୟ” ରହିହେବ ସେ ବିଷୟରେ ଆଲୋକପାତ କରିବା ସହିତ ସହପାଠୀ ମାନଙ୍କୁ ଅସମୟରେ ସହଯୋଗର ହାତ ବଢାଇବାକୁ ପରାମର୍ଶ ଦେଇଥିଲେ l ବନ୍ଧୁର ପ୍ରୟୋଜନ ଓ ମହତ୍ତ୍ବ ବିଷୟରେ ଅକ୍ଷୟ କୁମାର ଭୂୟାଁ କାହାଣୀ ମାଧ୍ୟମରେ ଉପସ୍ଥାପିତ କରିଥିଲେ l ଉପସଭାପତି ପ୍ରଦୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିବା ସହିତ ଦିବଂଗତ ଶିକ୍ଷକ ବଟକୃଷ୍ଣ ମିଶ୍ରଙ୍କର ମର୍ମସ୍ପର୍ଶୀ କବିତା “ଅନ୍ତିମ କାମନା” ଆବୃତ୍ତି କରିଥିଲେ l ସଂଗଠନ ସମ୍ପାଦକ ପ୍ରଶାନ୍ତ ଜେନା ଓ ସହପାଠୀ ପ୍ରସନ୍ନ ବିଶ୍ଵାଳଙ୍କ ଦ୍ଵାରା ଆୟୋଜିତ ସ୍ଵାଦିଷ୍ଟ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ ହେବାପରେ ଅପରାହ୍ନରେ ମ୍ୟୁଜିକ ଚେୟାର (ପୁରୁଷ ଓ ମହିଳା) ଅନୁଷ୍ଠିତ ହୋଇଥିଲା l ଉଭୟ ବିଭାଗରେ ବିଜେତା ମାନଙ୍କୁ ପ୍ରଦୀପ କୁମାର ମିଶ୍ର,ଭରତ ଚନ୍ଦ୍ର ପ୍ରଧାନ,ଚିତ୍ତରଞ୍ଜନ ବେହେରା,କଳ୍ପନା ନନ୍ଦ,ନମିତା ନନ୍ଦ, ପ୍ରଭାତ ନଳିନୀ ଜେନା ଓ ଶ୍ରୀନିବାସ ମହାରଣା ପୁରସ୍କୃତ କରିଥିଲେ l ଲଟେରୀ ମାଧ୍ୟମରେ ବିଜେତା ଘୋଷିତ ହୋଇଥିବା “ୱିନର ଅଫ୍ ଦି ଡେ”ଙ୍କୁ ଉମେଶ ଚନ୍ଦ୍ର ସ୍ଵାଇଁ ପୁରସ୍କୃତ କରିଥିଲେ l ଜାଭିଅର ସ୍କୁଲର ଚେୟାରମ୍ୟାନ ନରେଶ ଚନ୍ଦ୍ର ଜେନା ଓ ପ୍ରିନ୍ସିପାଲ ବୈଜୟନ୍ତୀ ଜେନା ବିଦ୍ୟାଳୟ ପ୍ରାଙ୍ଗଣରେ ଏହି ବନ୍ଧୁମିଳନର ଆୟୋଜନ କରିବାକୁ ଅନୁମତି ଦେବା ସହ ସହଯୋଗ କରିଥିବାରୁ ଏହି ବ୍ଯାଚ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଶେଷରେ ପ୍ରତିବର୍ଷ ଜାନୁଆରୀ ଚତୁର୍ଥ ରବିବାରରେ ଏହିପରି ବନ୍ଧୁମିଳନ ଆୟୋଜନ କରିବାର ନିଷ୍ପତି ନିଆଯାଇଛି।