କାପସି ମାଁ ଦ୍ରୋପଦି ଜଗତ ମହିଳା ମହାବିଦ୍ୟାଳୟରେ ଜାତୀୟ କୁଷ୍ଠ ରୋଗ ନିରାକରଣ ଦିବସ ପାଳନ

ଦିନକୁ ଦିନ ଆମ ରାଜ୍ୟରେ କିମ୍ବା ଆମ ଅଞ୍ଚଳରେ କୁଷ୍ଠ ରୋଗରେ ସଂକ୍ରମଣ ହୋଇଥିବା ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ। ବେସି କରି ଆମ ଗାଁ ଗହଳିରେ କୁଷ୍ଠ ରୋଗରେ ସଂକ୍ରମଣ ହୋଇଥିବା ବ୍ୟକ୍ତିଙ୍କୁ ଘୃଣା କରିବା ସହ ପ୍ରାୟ ଗାଁ ଗହଳିରେ ରୋଗୀଙ୍କୁ ଗାଁରୁ ବା ପଡାରୁ ବାସିନ୍ଦା କରିଦେଉଥିବାର ଦୃଶ୍ୟ ଦେଖି ମିଳିଥାଏ । ତେଣୁକରି ରାଜ୍ୟ ସରକାରଙ୍କ ଅଭିଯାନ ଯୋଜନା ମାଧ୍ୟମରେ ଲୋକଙ୍କୁ ସଚେତନତା କରାଇବା ସହ କୁଷ୍ଠ ରୋଗର ପ୍ରକୃତ ଲକ୍ଷଣ କଣ କେମିତି ଆମେ ସହଜେ ଜାଣି ପାରିବା ସେଥି ପାଇଁ ସରକାର ଅନେକ ଶିକ୍ଷାନୁଷ୍ଠାନ ସରକାରୀ ବେ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। ସେହି ଭଳି ଆଜି ସିନାପାଲି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଦାଇତ୍ୱରେ ଥିବା ଡାକ୍ତର ଶ୍ରୀମାନ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ କରି କାପସି ସ୍ଥିତ ମାଁ ଦ୍ରୋପଦି ଜଗତ ମହିଳା ମହା ବିଦ୍ୟାଳୟରେ ଅଧ୍ୟାନୟନ କରୁଥିବା ସମସ୍ତ ଛାତ୍ରୀ ମାନଙ୍କୁ ନେଇ କୁଷ୍ଠ ରୋଗ ନିରାକରଣ ବିଷୟରେ ଆଲୋଚନା କରିଥିଲେ। ଏବଂ ଆଲୋଚନାର ବିଷୟ ହେଉଛି କୁଷ୍ଠ ଏକ ଜୀବାଣୁ ଜନିତ ସାଧାରଣ ରୋଗ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଛୁଇଲେ ବ୍ୟାପି ନ ଥାଏ,କିମ୍ବା ଏହା ଏକ ଅଭିଶାପ ନୁହେଁ। ବଧିରା ଛଉ,ଚର୍ମ ମୋଟା ହୋଇ ତେଲିଆ ଦେଖା ଯିବା,କାନ ବା ଶରୀରରେ ଛୋଟ ଗୁଲମୀ ସୃଷ୍ଟି ହେବା,ହାତ ଗୋଡ଼ ଶୁଖିଲା ହୋଇ ବଧିରା ଲାଗିବା,ଆଖି,ହାତ,ଓ ପାଦର ମାଂସ ପେଷି ଦୁର୍ବଳ ଲାଗିବା ଏହା ହେଉଛି କୁଷ୍ଠ ରୋଗର ମୁଖ୍ୟା ଲକ୍ଷଣ ଏବଂ ଯଦି ଆମ ଘର ପାଖରେ ଆମ ଅଞ୍ଚଳରେ କୁଷ୍ଠ ରୋଗରେ ପୀଡ଼ିତ ହୋଇ ଯଦି କିଏ ଥାନ୍ତା ତାହେଲେ ତାଙ୍କୁ ଅଣ ଦେଖା ନ କରି କେମିତି ସୁସ୍ଥ ହୋଇପାରିବେ ସେଥି ପ୍ରତି ଧ୍ୟାନ ଦେବା ପାଇଁ ବିଦ୍ୟାଳୟର ସମସ୍ତ ଛାତ୍ରୀ ମାନେ ଓ ଅଧ୍ୟାପକ ଅଧ୍ୟାପିକା ମାନେ ସଂକଳ୍ପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରୀ ମାନଙ୍କୁ ଖୁସି କରେଇବା ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ଏବଂ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ମାନେ ପୁରସ୍କୃତ ହୋଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ସିନାପାଲି ଉପ ସ୍ୱାସ୍ଥ୍ୟ କେନ୍ଦ୍ରର କୁଷ୍ଠ ରୋଗ ନୋଡ଼ାଲ ଅଫିସର ଡାକ୍ତର ଅନୁରାଗ ପାଣିଗ୍ରାହୀ,କୁଷ୍ଠ ରୋଗ କର୍ମଚାରୀ ଗୋବିନ୍ଦା ରାଜ ପଟ୍ଟନାୟକ,ରୂପେଶ କୁମାର ଭୋଇ ଏବଂ ବିଦ୍ୟାଳୟର ସମସ୍ତ ଅଧ୍ୟକ୍ଷତା ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.