ଶଶୁରଘର ବାରଣ୍ଡାରେ ଧାରଣାରେ ମହିଳା

ଗଞ୍ଜାମ; ନ୍ୟାୟ ପାଇଁ ଦୁଇଦିନ ହେଲା ଶଶୁରଘର ବାରଣ୍ଡାରେ ଧାରଣା ରେ ବସିଛନ୍ତି ମହିଳା l ଗତକାଲି ଠାରୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କୋଳିଦାଶପୁର ଗ୍ରାମ ଶ୍ରୀରାମ ନଗର ସାହି ର ସୋଲି ପ୍ରଧାନ ଙ୍କ ଘର ବାରଣ୍ଡାରେ କବିସୂର୍ଯ୍ୟନଗର ର ସନ୍ଧ୍ୟାରାଣି ପ୍ରଧାନ ଧାରଣା ରେ ବସିରହିଛନ୍ତି l ସୋଲି ପ୍ରଧାନ ଙ୍କ ମଝିଆ ପୁଅ ନବ ପ୍ରଧାନ ବର୍ଷାରାଣୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା l ଉଭୟ ଘରୁ ଲୁଚି ଯାଇ କିଛି ଦିନ ସୁଦୂର ମୁମ୍ବାଇ ରେ ରହିବା ପରେ ପ୍ରେମ ସେଠାରେ କୋର୍ଟ ବିବାହ କରିଥିଲେ । କିଛି ମାସ ସେଠାରେ ଏକାଠି ରହିବା ପରେ ପ୍ରେମିକା କୁ ଧୋକା ଦେଇ ପ୍ରେମିକ ନବ ପ୍ରଧାନ ସେଠାରୁ ଫେରାର ହୋଇଯାଇଥିଲେ ।ସନ୍ଧ୍ୟାରାଣୀ ପ୍ରେମିକ କୁ ଖୋଜି ଖୋଜି ଗ୍ରାମରେ ପହଞ୍ଚିବା ପରେ ନବ କୁ ନପାଇ ଘଟଣା ନେଇ ଗତ ସେପ୍ଟେମ୍ବର ମାସରେ ସନ୍ଧ୍ୟାରାଣୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିବା ବେଳେ କୌଣସି ସୁଫଳ ନମିଳିବାରୁ ପ୍ରେମିକ ର ଫେରିବା ବାଟକୁ ଚାହିଁ ବସି ବିଫଳ ହେବା ପରେ ପ୍ରେମିକା ପ୍ରେମିକ ର ଘର ସମ୍ମୁଖ ରେ ଧାରଣା ଦେବା ଆରମ୍ଭ କରିଛନ୍ତି । ଯେଉଁଦିନ ପର୍ଯ୍ୟନ୍ତ ପ୍ରେମିକ ନବ ପ୍ରଧାନ ନ ଫେରିଛି ସେହିଦିନ ପର୍ଯ୍ୟନ୍ତ ତାଙ୍କ ଘର ଆଗରେ ଧାରଣା ଦେବେ ବୋଲି ପ୍ରେମିକା ସନ୍ଧ୍ୟାରାଣି ପ୍ରଧାନ କହିଥିବା ବେଳେ ସମାଜସେବୀ ପ୍ରମିଳା ତ୍ରିପାଠୀ ସନ୍ଧ୍ୟାରାଣୀ ଙ୍କୁ ସମର୍ଥନ ଜଣାଇ ଧାରଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଖାଦ୍ୟ ସାମଗ୍ରୀ ଦେବା ସହିତ ସନ୍ଧ୍ୟାରାଣୀ ଙ୍କୁ ନ୍ୟାୟ ମିଳୁବା ଯେଇଁ ଧାରଣା ଜାରିରହିବା ନେଇ କହିଛନ୍ତି ପ୍ରମିଳା ତ୍ରିପାଠୀ l ଘଟଣା ନେଇ ଧାରଣା ରତ ମହିଳା ଙ୍କ ଶ୍ୱଶୁର ଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l
ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋଟ

ନ୍ୟାୟ ପାଇଁ ଦୁଇଦିନ ହେଲା ଶଶୁରଘର ବାରଣ୍ଡାରେ ଧାରଣା ରେ ବସିଛନ୍ତି ମହିଳା l ଗତକାଲି ଠାରୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କୋଳିଦାଶପୁର ଗ୍ରାମ ଶ୍ରୀରାମ ନଗର ସାହି ର ସୋଲି ପ୍ରଧାନ ଙ୍କ ଘର ବାରଣ୍ଡାରେ କବିସୂର୍ଯ୍ୟନଗର ର ସନ୍ଧ୍ୟାରାଣି ପ୍ରଧାନ ଧାରଣା ରେ ବସିରହିଛନ୍ତି l ସୋଲି ପ୍ରଧାନ ଙ୍କ ମଝିଆ ପୁଅ ନବ ପ୍ରଧାନ ବର୍ଷାରାଣୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା l ଉଭୟ ଘରୁ ଲୁଚି ଯାଇ କିଛି ଦିନ ସୁଦୂର ମୁମ୍ବାଇ ରେ ରହିବା ପରେ ପ୍ରେମ ସେଠାରେ କୋର୍ଟ ବିବାହ କରିଥିଲେ । କିଛି ମାସ ସେଠାରେ ଏକାଠି ରହିବା ପରେ ପ୍ରେମିକା କୁ ଧୋକା ଦେଇ ପ୍ରେମିକ ନବ ପ୍ରଧାନ ସେଠାରୁ ଫେରାର ହୋଇଯାଇଥିଲେ ।ସନ୍ଧ୍ୟାରାଣୀ ପ୍ରେମିକ କୁ ଖୋଜି ଖୋଜି ଗ୍ରାମରେ ପହଞ୍ଚିବା ପରେ ନବ କୁ ନପାଇ ଘଟଣା ନେଇ ଗତ ସେପ୍ଟେମ୍ବର ମାସରେ ସନ୍ଧ୍ୟାରାଣୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିବା ବେଳେ କୌଣସି ସୁଫଳ ନମିଳିବାରୁ ପ୍ରେମିକ ର ଫେରିବା ବାଟକୁ ଚାହିଁ ବସି ବିଫଳ ହେବା ପରେ ପ୍ରେମିକା ପ୍ରେମିକ ର ଘର ସମ୍ମୁଖ ରେ ଧାରଣା ଦେବା ଆରମ୍ଭ କରିଛନ୍ତି । ଯେଉଁଦିନ ପର୍ଯ୍ୟନ୍ତ ପ୍ରେମିକ ନବ ପ୍ରଧାନ ନ ଫେରିଛି ସେହିଦିନ ପର୍ଯ୍ୟନ୍ତ ତାଙ୍କ ଘର ଆଗରେ ଧାରଣା ଦେବେ ବୋଲି ପ୍ରେମିକା ସନ୍ଧ୍ୟାରାଣି ପ୍ରଧାନ କହିଥିବା ବେଳେ ସମାଜସେବୀ ପ୍ରମିଳା ତ୍ରିପାଠୀ ସନ୍ଧ୍ୟାରାଣୀ ଙ୍କୁ ସମର୍ଥନ ଜଣାଇ ଧାରଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଖାଦ୍ୟ ସାମଗ୍ରୀ ଦେବା ସହିତ ସନ୍ଧ୍ୟାରାଣୀ ଙ୍କୁ ନ୍ୟାୟ ମିଳୁବା ଯେଇଁ ଧାରଣା ଜାରିରହିବା ନେଇ କହିଛନ୍ତି ପ୍ରମିଳା ତ୍ରିପାଠୀ l ଘଟଣା ନେଇ ଧାରଣା ରତ ମହିଳା ଙ୍କ ଶ୍ୱଶୁର ଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l

Leave A Reply

Your email address will not be published.