ପୁରୀରେ ପହଞ୍ଚିଲା ବନ୍ଦେ ଭାରତ ଟ୍ରେନ । ଏହା ହାୱାଡାରୁ ବାହାରି ପୁରୀରେ ପହଞ୍ଚିଛି । ପ୍ରଥମେ ବାଲେଶ୍ଵରରେ ପହଞ୍ଚିବା ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପରେ ଏହା ୧୧ଟା ୨୨ରେ ଭୁବନେଶ୍ଵର ରେଳ ଷ୍ଟେସନରେ ପହଞ୍ଚିଥିଲା । ୨ ମିନିଟର ରହଣୀ ପରେ ପୁରୀ ବାହାରିଥିଲା ଟ୍ରେନ୍ । ପରେ ଏହା ଦିନ ୧୨ଟା ୩୫ରେ ପୁରୀରେ ପହଞ୍ଚିଛି । ପୁରୀରେ କିଛି ସମୟ ରହିବା ପରେ ମଧ୍ୟାହ୍ନ ୧ଟା ୫୦ରେ ହାୱାଡା ବାହାରିଛି ଟ୍ରେନ । ରାତି ୮ଟା ୩୦ରେ ଏହି ଟ୍ରେନ ହାୱଡା ପହଞ୍ଚିବ ବୋଲି ପୂର୍ବତଟ ରେଳବାଇ ସୂଚନା ଦେଇଛି । ଏହା ହାୱଡ଼ାରୁ ବାହାରି ଖଡ଼ଗପୁର, ବାଲେଶ୍ବର, ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ୍, କଟକ, ଭୁବନେଶ୍ବର, ଖୋର୍ଦ୍ଧା ଓ ଶେଷରେ ପୁରୀରେ ପହଞ୍ଚିବ । ସେହିପରି ଏପ୍ରିଲ ୩୦ରେ ହେବ ଦ୍ବିତୀୟ ଟ୍ରାଏଲ ରନ୍ । ଯାହା ହାୱଡାରୁ ଭଦ୍ରକ ଯାଏ ହେବ ଟ୍ରାଏଲ ରନ୍ । ମେ ୧ରେ ହେବ ତୃତୀୟ ଟ୍ରାଏଲ ରନ୍ । ତେବେ ଟ୍ରାଏଲ ରନ ସଫଳ ହେଲେ ମେ ମାସ ଦ୍ଵିତୀୟ ସପ୍ତାହରୁ ଲୋକଙ୍କ ପାଇଁ ଏହି ସେବା ଆରମ୍ଭ କରାଯିବ ।