ସକାଳର ଖବର, ୦୬-ମେ-୨୦୨୩, ଶନିବାରସକାଳର ଖବର, ୦୬-ମେ-୨୦୨୩, ଶନିବାର


➡️୧-କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ।

➡️୨-ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଶିମିଳିପାଳ ଅଭୟାରଣ୍ୟ ବୁଲିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଭୟାରଣ୍ୟରେ ବିତାଇଲେ ପ୍ରାୟ ୩ ଘଣ୍ଟା । ପଣ୍ଡିତ ରଘୁନାଥ ମର୍ମୁଙ୍କ ୧୧୯ତମ ଜନ୍ମ ଜୟନ୍ତୀ ଅବସରରେ କଲେ ଶ୍ରଦ୍ଧାଞ୍ଜଳି ଅର୍ପଣ l

➡️୩-ଏଣିକି ପ୍ରତି ଗ୍ରାମ ପଞ୍ଚାୟତକୁ ମିଳିବ ହାଇସ୍ପିଡ ଇଣ୍ଟରନେଟ ସେବା l ଏ ନେଇ ଓପିଟିସିଏଲ୍‌, ଭାରତ ସଂଚାର ନିଗମ ଲିମିଟେଡ୍‌ ଏବଂ ଓଡିଶା କମ୍ପୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌) ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା ହେଲା ସ୍ୱାକ୍ଷରିତ l

➡️୪-ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା l ବାତ୍ୟା କେଉଁ ଆଡେ ଯିବ, କେତେ ତୀବ୍ରତା ରହିବ, ସେନେଇ ପୂର୍ବାନୁମାନ ହୋଇ ନାହିଁ l ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ସ୍ପଷ୍ଟ ସୂଚନା ମିଳିବ l

➡️୫-ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ l ଆଜି କଟକ ଜୁଡିସିଆଲ ଏକାଡେମିରେ ହେବାକୁ ଥିବା ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପରଲେସ କୋର୍ଟ ସମ୍ମିଳନୀରେ ଯୋଗ ଦେବେ।

➡️୬-ILS ବୈଜ୍ଞାନିକ ଆବିଷ୍କାର କଲେ ପ୍ରୋବାୟୋଟିକ ବ୍ୟାକ୍ଟେରିଆ l ଏଣିକି ତରଳ ଝାଡ଼ା ଓ ମେଦବହୁଳତା ପ୍ରତିରୋଧ କ୍ଷେତ୍ରରେ ମିଳିବ ବଡ଼ ସଫଳତା l

➡️୭-ପବିତ୍ର ଚନ୍ଦନ ପୂର୍ଣ୍ଣିମା ଅବସରରେ ଗତକାଲି ଭଦ୍ରକ ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ଶିବ ବିବାହ ପାଇଁ ଉଠିଲା ଲଗ୍ନିଚିଟାଉ ଥାଳି, ପାରମ୍ପରିକ ଶୋଭାଯାତ୍ରାରେ କମ୍ପିଲା ଆରଡିପୀଠ l

➡️୮-ଅଘଟଣ ପରେ ଚେତିଲା ପୁରୀ ପ୍ରଶାସନ l ପୁରୀ ବେଳାଭୂମିରେ ଲାଗିଲା ନାଲି ପତାକା, ବିପଦସଙ୍କୁଳ ସମୁଦ୍ର ସ୍ନାନ ଉପରେ ହେଲା କଟକଣା l

➡️୯-ରିଲିଜ ହେଲା ଅନୁଭବ ମହାନ୍ତିଙ୍କ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର l ଆସନ୍ତା ଜୁନ ୧୪ରେ ହେବ ରିଲିଜ୍ l

➡️୧୦-କୋଚିରେ ପ୍ରେକ୍ଷାଳୟଗୁଡ଼ିକ ବାତିଲ୍ କଲେ ‘ଦ କେରଳ ଷ୍ଟୋରୀ’, ଫିଲ୍ମକୁ ନେଇ ବିବାଦ ଦେଖି ଡରିଲେ ଥିଏଟର ମାଲିକ l

➡️୧୧-ରେକର୍ଡ ଭାଙ୍ଗୁଛି ସୁନା ଦର । ଦୁଇ ମାସରେ ବଢ଼ିଲା ପାଖାପାଖି ୬ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନା ଟପିଲା ୫୭ ହଜାର, ୨୪ କ୍ୟାରେଟ୍ ସୁନା ହେଲା ୬୨ ହଜାର ଉପରେ l

➡️୧୨-ଏଣିକି କୋଭିଡ ଏକ ବିଶ୍ୱ ମହାମାରୀ ନୁହେଁ, ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO କଲା ଘୋଷଣା ।

➡️୧୩-ଏଣିକି ଶ୍ୱାସ ଜନିତ ଭାଇରସ କବଳରୁ ମିଳିବ ମୁକ୍ତ, ବୈଜ୍ଞାନିକଙ୍କ ୬୦ ବର୍ଷ ସଂଘର୍ଷର ହେଲା ଅନ୍ତ l ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ବିଶ୍ୱର ପ୍ରଥମ RSV ଭ୍ୟାକ୍ସିନକୁ ମିଳିଲା ମଞ୍ଜୁରୀ l

➡️୧୪-୫୩୮ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲା, ‘ଜେଟ୍ ଏୟାରୱେଜ’ ର ପୂର୍ବ ପ୍ରମୋଟରଙ୍କ ଘରେ ସିବିଆଇ ହେଲା ଚଢାଉ l

➡️୧୫-ମହାରାଷ୍ଟ୍ର ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା ପରେ ଇସ୍ତଫା ପ୍ରତ୍ୟାହାର କଲେ ଶରଦ ପାଓ୍ଵାର, ରହିବେ NCP ଅଧ୍ୟକ୍ଷ l

➡️୧୬-ଗ୍ରାହକଙ୍କ ଆଧାର ଯାଞ୍ଚ ପାଇଁ ଆମାଜନ ପେ (ଭାରତ) ଏବଂ ହିରୋ ଫିନକର୍ପ ସମେତ ୨୨ଟି ଆର୍ଥିକ କମ୍ପାନୀକୁ ଅର୍ଥ ମନ୍ତ୍ରଣାଳୟ ଦେଲେ ଅନୁମତି l

➡️୧୭-ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରଙ୍କ ବାହାରିନ୍ ଗସ୍ତ । ୩.୫ ଲକ୍ଷ ଭାରତୀୟ ଲୋକଙ୍କ ସହ କଲେ ଯୋଗାଯୋଗ ।

➡️୧୮-ଗତକାଲି ଆଇପିଏଲ ୨୦୨୩ର ୪୮ତମ ମ୍ୟାଚରେ ରାଜସ୍ଥାନକୁ ୯ ୱିକେଟ୍‌ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ।

➡️୧୯-ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା। ଆଇପିଏଲ୍‌ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଖେଳିବେନି କେଏଲ ରାହୁଲ।

➡️୨୦-ଅଲମ୍ପିକ୍‌ରେ ତିନିଥର ପଦକ ଜିତିଥିବା ନ୍ୟୁୟର୍କର ଟୋରି ବାଓ୍ୱାଇଙ୍କର ୩୨ ବର୍ଷ ବୟସରେ ହେଲା ମୃତ୍ୟୁ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

Leave A Reply

Your email address will not be published.