ଆହୁରି ବଢ଼ିବ ତାତି: ୪ ଦିନରେ ୩ରୁ ୫ ଡିଗ୍ରୀ ବଢ଼ିପାରେ ତାପମାତ୍ରା….

ରାଜ୍ୟରେ ପୁଣି ଗରମ ବଢ଼ିବାରେ ଲାଗିଛି । ଆସନ୍ତା ୪ ଦିନ ଭିତରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ଶନିବାର ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଟପିଥିଲା । ସୁନ୍ଦରଗଡ଼ରେ ସର୍ବାଧିକ ୩୯ ଡିଗ୍ରୀ, ଅନୁଗୁଳ ୩୮.୧, ଝାରସୁଗୁଡ଼ା ୩୮.୬, ସମ୍ବଲପୁର ୩୮.୭, ତାଳଚେର ୩୮, ବଲାଙ୍ଗିର ୩୭.୮, ହୀରାକୁଦ ୩୭.୬, ଟିଟିଲାଗଡ଼ ୩୭, ସୋନପୁର ୩୭.୫, ପାରଳାଖେମୁଣ୍ଡି ୩୭.୫, ଢେଙ୍କାନାଳ ୩୭.୧, ବରଗଡ଼ ୩୭.୬ ଓ କଟକ ୩୭.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ରବିବାର ଅଳ୍ପ କେତେକ ଜାଗାରେ କାଳବୈଶାଖୀ ବର୍ଷା ହୋଇପାରେ ।

Leave A Reply

Your email address will not be published.