ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇଇ) ପରୀକ୍ଷା ସୂଚୀ

ମେ’ ୮ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇଇ) ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ଓଜେଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଦୈନିକ ୩ଟି ସିଫ୍ଟରେ ପରୀକ୍ଷା ହେବ। ସିବିଟି ମାଧ୍ୟମରେ ପରୀକ୍ଷା ହେବ। ପରୀକ୍ଷା ଅବଧି ଦୁଇଘଣ୍ଟାର ରହିବ।

ସକାଳ ୯ରୁ ୧୧ ପ୍ରଥମ ସିଫ୍ଟ । ଦିନ ୧୨ଟା ୩୦ରୁ ୨ଟା ୩୦ ୨ୟ ସିଫ୍ଟ,। ସାଢ଼େ ୪ରୁ ସାଢ଼େ ୬ ତୃତୀୟ ସିଫ୍ଟ । ପ୍ରଥମ ଦିନରେ ଲାଟେରାଲ୍‌‌ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ, ୨ୟ ଦିନ ଏମସିଏ, ଏମଟେକ୍ ଏଣ୍ଟ୍ରାନ୍ସ ଅନୁଷ୍ଠିତ ହେବ। ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ବର୍ଗରେ ନାମଲେଖା ପାଇଁ ପ୍ରବେଶିକା ଅନୁଷ୍ଠିତ ହେବ। ଦୈନିକ ତିନୋଟି ସିଫ୍ଟରେ ପରୀକ୍ଷା ହୋଇ ୧୫ ତାରିଖରେ ଶେଷ ହେବ।

ମେ ୧୫ ଯାଏଁ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଓଡ଼ିଶାର ୪୪ ଓ ରାଜ୍ୟ ବାହାରର ୩ କେନ୍ଦ୍ରରେ ୫୫ହଜାର ୯୭୯ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବେ । ଏନେଇ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଶାୟୀଙ୍କ ଅଡ଼ମିଟ୍‌ କାଡର଼୍ ଓଜେଇଇ ପକ୍ଷରୁ ଜାରି କରାଯାଇଛି । ବି ଫାର୍ମରେ ୧୩,୮୧୩, ଏମବିଏରେ ୮୮୪୧, ବିଟେକରେ ୧୭,୭୬୩ ଜଣଙ୍କୁ ମିଶାଇ ମୋଟ୍‌ ୨୩ଟି ବର୍ଗରେ ନାମଲେଖା ପାଇଁ ପ୍ରାୟ ୫୬ହଜାର ଛାତ୍ରଛାତ୍ରୀ ପ୍ରବେଶିକା ଦେବେ । ଆଶାୟୀ ସେମାନଙ୍କ ପଞ୍ଜୀକରଣ ନମ୍ବର ଓ ଜନ୍ମ ତାରିଖ ମାଧ୍ୟମରେ ଆଡ଼ମିଟ୍‌ କାଡର଼୍ ଡାଉନଲୋଡ୍‌ କରି ପାରିବେ । ପ୍ରଥମ ଦିନରେ ଲାଟେରାଲ୍‌ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ପର୍ଯ୍ୟାୟ କ୍ରମେ ଏମସିଏ, ଏମବିଏ ଓ ଅନ୍ୟାନ୍ୟ ବର୍ଗରେ ନାମଲେଖା ପାଇଁ ପ୍ରବେଶିକା ଅନୁଷ୍ଠିତ ହେବ । ସିବିଟି ମାଧ୍ୟମରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରତ୍ୟେକ ସିଫ୍ଟରେ ଛାତ୍ରଛାତ୍ରୀ ୨ଘଣ୍ଟାର ପରୀକ୍ଷା ଦେବେ । ପ୍ରବେଶିକା ୮ରେ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ । ଓଜେଇଇ ଦୈନିକ ତିନୋଟି ସିଫ୍ଟରେ ପରୀକ୍ଷା ଆୟୋଜନ କରାଯାଉଛି

Leave A Reply

Your email address will not be published.