ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ଫିଲ୍ମ ‘ଦ କେରଳ ଷ୍ଟୋରୀ’ । । ତେବେ ଏହି ଫିଲ୍ମ ଚାଲିବା ଦ୍ୱାରା ରାଜ୍ୟରେ ଶାନ୍ତି ଭଙ୍ଗ ହେବାର ଆଶଙ୍କା ଥିବାରୁ, ଏପରି ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଉଛି । ବିଜେପିି ଉପରେ ବଡ ଅଭିଯୋଗ ଆଣିଛନ୍ତି ମମତା ବାନାର୍ଜୀ । ବିଜେପି ସରକାର ମନଗଢା ଓ ଭୁଲ କାହାଣୀକୁ ନେଇ ବେଙ୍ଗଲ ଫାଇଲ୍ସକୁ ନିର୍ମାଣ କରିବାକୁ ଫିଲ୍ମ ନିର୍ମାତାଙ୍କୁ ପଇସା ଦେଉଛି । ‘ଦ କେରଳ ଷ୍ଟୋରୀ’ ଫିଲ୍ମର କାହାଣୀ ମଧ୍ୟ ମନଗଢା ବୋଲି ମମତା କହିଛନ୍ତି । ତେବେ କିଛି ଦିନ ପୂର୍ବରୁ ତାଙ୍କର ଅଭିନେତାମାନେ ବେଙ୍ଗଲ ଆସିବା ସହିତ ମନଗଢା କାହାଣୀକୁ ନେଇ ବେଙ୍ଗଲ ଫାଇଲ୍ସ ପ୍ରସ୍ତୁତ କରିବାକୁ ଯୋଜନା କରୁଥିବା ସେ କହିଛନ୍ତି ।