ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠଯନ୍ତ୍ରୀ

ମନେରେଗା ଯୋଜନା ର ବିଲ ପାସ କରାଇଦେବା କୁ କନିଷ୍ଠଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ l ନଗଦ ଦଶହଜାର ଟଙ୍କା ସହିତ ବ୍ଲକ କନିଷ୍ଠ ଯନ୍ତ୍ରୀ ଙ୍କୁ ଧରିଲା ଭିଜିଲାନ୍ସ l ଏହି ରେଡ ରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକର କନିଷ୍ଠ ଯନ୍ତ୍ରୀ ଜଗଦୀଶ ସାହୁ ପଡ଼ିଥିବା ବେଳେ ସେ 2022-23 ଆର୍ଥିକ ବର୍ଷ ର ବଡ଼ବରଗାଁ ପଞ୍ଚାୟତ ଷଣ୍ଢମରା ପୋଖରୀ ଉନ୍ନତିକରଣ ମନେରେଗା ଯୋଜନା ର ଏକ ଲକ୍ଷ୍ୟ ଚବିଶି ହଜାର ଟଙ୍କା ବିଲ ପାସ କରାଇବା ପାଇଁ ପ୍ରମୋଦ କୁମାର ବେହେରା ଙ୍କୁ ଦଶହଜାର ଟଙ୍କା ଲାଞ୍ଚ ମାଗୁଥିଲେ l

ଆଜି ସେହି ଲାଞ୍ଚ ଟଙ୍କା ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ଦେବା ସମୟରେ ପୂବରୁ ଜଗିରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା l ଯନ୍ତ୍ରୀ ଙ୍କ ସହିତ ଜଗନ୍ନାଥପୁର ଜିଆରଏସ ମଧ୍ୟ ଭିଜିଲାନ୍ସ ହାତରେ ପଡ଼ିଥିବା ସୂଚନା ମିଳିଥିବା ବେଳେ ଭିଜିଲାନ୍ସ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ l ଅନ୍ୟପଟେ ଯନ୍ତ୍ରୀ ପୂର୍ବରୁ ସମସ୍ତ କାର୍ଯ୍ୟରେ ମୋଟା ଅଙ୍କର ଲାଞ୍ଚ ମାଗୁଥିଲେ l ଲାଞ୍ଚ ଟଙ୍କା ନଦେଲେ ବିଲ କରୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସିନ୍ଦା l

Leave A Reply

Your email address will not be published.