ଭୁବନେଶ୍ୱର,୦୯/୦୫: ସିଧାସଳଖ ସମ୍ଭାବ୍ୟ ବାତ୍ୟା ମାଡ଼ରୁ ବର୍ତ୍ତିଯାଇପାରେ ଓଡ଼ିଶା । ବାଂଲାଦେଶ ଓ ମିଆଁମାର ଉପକୂଳ ଆଡ଼କୁ ସମ୍ଭାବ୍ୟ ବାତ୍ୟା ମୁହାଁଇପାରେ । ପୂର୍ବରୁ କେତେକ ବିଦେଶୀ ପାଣିପାଗ ମଡେଲ୍ ଏଭଳି ପୂର୍ବାନୁମାନ କରିଥିବାବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମଧ୍ୟ ଏଭଳି ପ୍ରାକ୍ ଆକଳନ କରିଛି ।
୧୨ ତାରିଖ ଯାଏଁ ଭୀଷଣ ଛଟପଟ କରିବ ଗ୍ରୀଷ୍ମର କୋପ । ଏହା ଭିତରେ ପାରଦ ୪୨-୪୩ ଡିଗ୍ରୀ ଛୁଇଁପାରେ । ତେବେ ବାତ୍ୟା ଓଡ଼ିଶାଠାରୁ ବହୁ ଦୂରରେ ପଳାଇଲେ ରାଜ୍ୟରେ ପ୍ରଚଣ୍ଡ ଗରମ ଅନୁଭୂତ ହୋଇପାରେ । ୪୪-୪୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଟକ ଟକ ହୋଇ ଫୁଟିପାରେ ଓଡ଼ିଶା । ଏଭଳି ପୂର୍ବାନୁମାନ କରୁଛନ୍ତି କେତେକ ବିଶେଷଜ୍ଞ । ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ‘ମୋଖା’। ବର୍ତ୍ତମାନର ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାରେ ବିପଦ କମ୍ । ତଥାପି ଗତିପଥ ଉପରେ ନଜର ରଖାଯାଇଛି ।
Prev Post