ମା” ପଞ୍ଚ ଠାକୁରାଣି ଙ୍କ ଯାତ୍ରା ଆଜି 14ଦିନରେ ପହଞ୍ଚିଛି ! ମା”ଙ୍କର ଯାତ୍ରା ଦେଖିବା ପାଇଁ ସନ୍ଦ୍ଯାସମୟ ହେଇ ଆସିଲେ ବୁଗୁଡା ଶହରରେ ଲାଗୁଛି ଦର୍ଷକ ଙ୍କ ଭିଡ , ଯାହାକି କୋରୋନା କାଳରେ ଯାତ୍ରା ହୋଇପାରିନଥିଲା ସମ୍ପୁର୍ଣ୍ଣଭାବେ ବନ୍ଦ ରହିଥିଲା ମା”ଙ୍କର ଯାତ୍ରା ! ଯାହାଫଳରେ ଦର୍ଷକ ଙ୍କ ମନରେ କ୍ଷୋଭ ପ୍ରକାଶ ପାଇଥିଲା ! ହେଲେ ଚଳିତ ବର୍ଷରେ ମା”ପଞ୍ଚଠାକୁରାଣି ଙ୍କ ଯାତ୍ରା 17ଦିନ ବ୍ଯାପି ଚାଲୀରଥିବା ବେଳେ ବହୁ
ଧୁମଧାମର ସହ ପାଳନ କରାଯାଉଛି ! ଏପରିକି ମାନସିକ ଧାରି ଓ ବେଷ ଧାରାଙ୍କ ମଧ୍ୟ ଲାଗୁଛି ଲମ୍ବା ଲାଇନ୍ ଯାହାକି ମା” କେତେବେଳେ ଆସିବେ ମା”ଙ୍କୁ ଦର୍ଷନ କରିବେ ! ଏପରିକି ଦର୍ଷକ ଙ୍କ ମନୋରଞ୍ଜନ ନିମନ୍ତେ ବିଭିନ୍ନ କମିଡିୟାନ୍ ତଥା କଳାକାର ମାନେ ଆସି ନାଟ୍ଯ ପରିବେଷଣ କରି ଲୋକଙ୍କ ମନକୁ ଉଛାହିତ କରୁଛନ୍ତି ! ଏମିତିକି ବୁଗୁଡା ବାସି ତଥା କମିଟି ପକ୍ଷରୁ ଲୋକଙ୍କ ମନରଞ୍ଜନ ପାଇଁ ବିଭିନ୍ନ ଦୋଳିର ମଧ୍ୟ ଆୟୋଜନ କରାଯାଇଛି ! ବୁଗୁଡା ଶହରର ସାହିସାହି ରେ ବିଭିନ୍ନ ମୁର୍ତ୍ତୀ ନିର୍ମାଣ କରି ମେଢରେ ପୂଜା କରାଯାଉଛି ! ଠାଁଠାଁ କେ ଦର୍ଷକ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ଯବସ୍ତା ସାଙ୍ଗକୁ ପଣାପାଣି , ଆଇସ୍ କ୍ରିମ୍ ଭଳି ବିଭିନ୍ନ ଦ୍ରବ୍ୟ ଖାଇବାର ସୁବିଧା କରିଛନ୍ତି ବୁଗୁଡା ବାସି !
Prev Post
Next Post