ବାତ୍ୟା ମୋକାର ଭୟଙ୍କର ରୂପ

ବାତ୍ୟା ମୋକାର ଭୟଙ୍କର ରୂପ ଧାରଣ କରିଛି। ଅତି ଭୀଷର ବାତ୍ୟାର ରୂପ ନେଇ ମୋକା ମିଆଁମାର ଓ ବାଂଲାଦେଶ ସୀମାରେ ଲ୍ୟାଣ୍ଡଫଲ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏହାର ପ୍ରଭାବରେ ବାଂଲାଦେଶର କକ୍ସବଜାର ଓ ମିଆଁମାରର କୟାଉକପୟୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି।

ବର୍ତ୍ତମାନ ମୋକାର ପ୍ରଭାବରେ ବାଂଲାଦେଶ ଓ ମିଆଁମାର ସୀମାରେ ଘଣ୍ଟା ପ୍ରତି ୧୯୦ରୁ ୨୦୦ କିମି ବେଗରେ ପବନ ବହିବାରେ ଲାଗିଛି। ବେଳେବେଳେ ପବନର ବେଗ ୨୨୦ ମଧ୍ୟ ଛୁଇଁଥିବା ପ୍ରକାଶ ପାଇଛି।

ବର୍ଷା ଓ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଗ୍ୟାସ ଷ୍ଟେସନକୁ ବନ୍ଦ କରାଯାଇଥିଲା। ଏଥିଯୋଗୁ ଗ୍ୟାସ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ଦୀର୍ଘ ଦୁଇ ଦଶନ୍ଧି ପରେ କୌଣସି ବଡ଼ଧରଣର ବାତ୍ୟା ବାଂଲାଦେଶ ଉପକୂଳରରେ ପ୍ରଭାବ ପକାଇଛି। ବାତ୍ୟା ସିଦ୍ର ପରେ ବାତ୍ୟା ମୋଚା ଅଧିକ ଶକ୍ତିଶାଳୀ ବୋଲି ବାଂଲାଦେଶ ପାଣିପାଗ ବିଭାଗର ମୁଖ୍ୟ ଅଜିତ ରହମାନ କହିଛନ୍ତି।

ତାଙ୍କ କହିବା କଥା ଯେ କକ୍ସବଜାର ଓ ମିଆଁମାର ସୀମାନ୍ତରେ ବାତ୍ୟାର ଆଖି ରହିଛି। ଏହାର ପରିସୀମା ୫୦୦ କିମି ହୋଇଥିବାରୁ କକ୍ସବଜାରର କିଛି ଅଂଶ ଓ ମିଆଁମାର କିଛି ଅଂଶ ଉପରେ ବାତ୍ୟାର ସର୍ବାଧିକ ପ୍ରବାବ ପଡ଼ିଛି। ବାତ୍ୟାର ମୋଚାର ପ୍ରଭାବରେ ସର୍ବାଧିକ ୨୧୫ କିମି ବେଗରେ ପବନ ବହିଥିବା ରେକର୍ଡ କରାଯାଇଛି। ଘଣ୍ଟାପ୍ରତି ଏହାର ପ୍ରଭାବରେ ୧୭୦ରୁ ୧୯୦ ବେଗରେ ପବନ ବହିବାରେ ଲାଗିଛି। ବାଂଲାଦେଶ ଅପେକ୍ଷା ମିଆଁମାରର ବିଭିନ୍ନ ଅଞ୍ଚଳରେ ବାତ୍ୟାର ଅଧିକ କ୍ଷତି କରିପାରେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.