ଗାଁକୁ ଗାଁ ବୁଲୁଛି ଦନ୍ତା।

ଅନୁଗୁଳରେ ଦନ୍ତା ଘୁରିବୁଲୁଥିବା ବେଳେ ଆତଙ୍କିତ ହୋଇପଡିଛନ୍ତି ଲୋକେ । କେବଳ ଆମ୍ବ ଓ ପଣସ ଖାଇବାକୁ ହାତୀ ପଲ ଗାଁ ମୁହାଁ ହୋଇ ଆତଙ୍କ ଖେଳାଇ ଚାଲିଛନ୍ତି । ସେହିଭଳି ଗତକାଲି ପୋକତୁଙ୍ଗାରେ ହାତୀ ଗାଁରେ ପଶି ବାଇକ ଭାଙ୍ଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ହାତୀ ଗୋଟିଏ ପରେ ଗୋଟିଏ ବାଇକ ଭାଙ୍ଗୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ସେଥିରୁ କିଛି ବାଇକ ବନ କର୍ମଚାରୀଙ୍କର ବୋଲି ଜଣାପଡିଛି । ବନବିଭାଗର ମଧ୍ୟ ତାଗିଦ ରହିଛି ବାହାରକୁ ବାହାରି ଆମ୍ବ ଗୋଟାଇବାକୁ ବଗିଚା କି ଜଙ୍ଗଲ ନିକଟକୁ ନଯିବାକୁ । ହେଲେ କିଛି ଲୋକ ନମାନିବାରୁ କିଛି ନା କିଛି ଅଘଟଣ ଘଟୁଛି । ହାତୀ ହାବୁଡରେ ପଡି ଜୀବନ ହାନୀ ଘଟୁଛି ।

Leave A Reply

Your email address will not be published.