ଖବର ଆଜିର….ତାରିଖ ୧୪/୦୫/୨୩, ରବିବାର

୧-ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ରେକର୍ଡ ବିଜୟ।ଦୀପାଳି ଦାସ ୪୮,୭୨୧ ଖଣ୍ଡ ଭୋଟରେ ଆଗୁଆ ରହି ବିଜୟ ମୁକୁଟ ପିନ୍ଧିଛନ୍ତି।

୨-ଝାରସୁଗୁଡା ଉପନିର୍ବାଚନ ; ଦିପାଳୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ।

୩-ବିଜୟ ଉତ୍ସବରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, ‘ଲୋକଙ୍କ ପାଇଁ କାମ କରିବା ହିଁ ସୁଶାସନ’।

୪-ଝାରସୁଗୁଡାବାସୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମକୁ କଲେ ପ୍ରଶଂସା।

୫-ପ୍ରମିଳା ମଲ୍ଲିକଙ୍କୁ ମିଳିଲା ୨ଟି ବିଭାଗର ବଡ଼ ଦାୟିତ୍ବ, ନିଜ ବିଭାଗ ସହ ଶ୍ରମ ଓ ଶିକ୍ଷା ବିଭାଗର ଦାୟିତ୍ବ ତୁଲାଇବେ।

୬-ଝାରସୁଗୁଡା ଜିତିବା ପରେ ବାପାଙ୍କୁ ମନେ ପକାଇଲେ ଦୀପାଳି । କହିଲେ, ଫଳାଫଳ ପ୍ରମାଣିତ କରୁଛି ବାପାଙ୍କୁ କେତେ ଭଲ ପାଉଥିଲେ ଝାରସୁଗୁଡାବାସୀ।

୭-ଭୁବନେଶ୍ୱର: ନିୟମିତ ହେଲେ ୨୬୨ ସେବିକା କର୍ମଚାରୀ, ଖୁବଶିଘ୍ର ୭୪୮୩ଙ୍କୁ ମିଳିବ ନିଯୁକ୍ତି।

୮-ପୁରୀ: ବଡ଼ଦେଉଳରେ ଆଜିଠୁ ଆରମ୍ଭ ହେବ ଭିତର ଚନ୍ଦନଯାତ୍ରା।

୯-ଭୁବନେଶ୍ୱର:ମାତିଛନ୍ତି ଲେଡି ଲୁଟେରା; ଯୁବକଙ୍କୁ କରୁଛନ୍ତି ଟଣାଓଟରା; ପାଟି ଖୋଲିଲେ ଦୁଷ୍କର୍ମ ଅଭିଯୋଗର ଦେଉଛନ୍ତି ଧମକ୍।

୧୦-ମା’ ଶାରଳାଙ୍କ ପୀଠରେ ଅଘଟଣ: ବାଣ ବିସ୍ପୋରଣରେ ୧୦ରୁ ଅଧିକ ଆହତ।

୧୧-ଦୁଇ ବର୍ଷ ପାଇଁ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଫୁଟବଲ୍‍ ଖେଳାଳିଙ୍କ ଯତ୍ନ ନେବ କିଟ୍, ଘୋଷଣା କଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ।

୧୨-ଭୁବନେଶ୍ୱରରେ ହେବ ଜି-୨୦ ସଂସ୍କୃତି କାର୍ୟ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ, ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଜି. କିଷନ ରେଡ୍ଡୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୧୩-୨୦୨୪ ପୂର୍ବରୁ ଆଲୋକିତ ହେବ କୋଟିଆ: ଡିସେମ୍ବର ସୁଦ୍ଧା ସବୁ ଗାଁରେ ଜଳିବ ବିଜୁଳି, ମିଳିବ ବିଶୁଦ୍ଧ ପାଣି।

୧୪-କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍, କେଇଏମ୍‍ ଓ କିସ୍‍-ଦିଲ୍ଲୀ ଛାତ୍ରଛାତ୍ରୀଙ୍କ ରେକର୍ଡ ସଫଳତା, ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ।

୧୫-ଦିଲ୍ଲୀକୁ ହରାଇ ପ୍ଲେ ଅଫ ଆଶା ଉଜ୍ଜୀବିତ ରଖିଲା ପଞ୍ଜାବ, ହିରୋ ସାଜିଲେ ପ୍ରଭସିମରନ ଏବଂ ହରପ୍ରୀତ।

୧୬-ଆଜି ବାଂଲାଦେଶ ଓ ମିଆଁମାର ଉପକୂଳରେ ଲ୍ୟାଣ୍ଡଫଲ କରିବ ବାତ୍ୟା ମୋକା, ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

୧୭-ଆଗକୁ ପ୍ରବଳ ଗରମ, ଓଡ଼ିଶା ସମେତ ୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଗ୍ରୀଷ୍ମପ୍ରବାହ ସମ୍ଭାବନା।

୧୮-କର୍ଣ୍ଣାଟକରେ ଉଠିଲା ହାତ, ଝାଉଁଳିଲା ପଦ୍ମ । କର୍ଣ୍ଣାଟକରେ ଏଥର କଂଗ୍ରେସ ସରକାର । ବେଙ୍ଗାଲୁରୁରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର।

୧୯-ସରିଲା ନିର୍ବନ୍ଧ, ବିବାହ ବନ୍ଧନରେ ବାନ୍ଧିହେବେ ଆପ୍ ସାଂସଦ ରାଘବ ଚଢା ଏବଂ ବଲିଉଡ୍ ଅଭିନେତ୍ରୀ ପରିଣିତି ଚୋପ୍ରା‌।

୨୦-୩୬,୦୦୦ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କଲେ କୋଲକାତା ଉଚ୍ଚନ୍ୟାୟାଳୟ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.