ଯାଜପୁର ଏସଡ଼ିପିଓଙ୍କ ପ୍ରତିଶୃତି ପରେ ଧାରଣାରୁ ଉଠିଲେ ସାମ୍ବାଦିକ ସଙ୍ଘ

      ବରୀ,(ନ ନ୍ୟୁ ସ): ସାମ୍ବାଦିକ ସୁରେଶ କୁମାର କରଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଗିରଫ ନ ହେବା ଘଟଣାକୁ ନେଇ ସାମ୍ବାଦିକ ସଙ୍ଘ ବରୀର ସମସ୍ତ କର୍ମକର୍ତା ମାନେ ଶନିବାର ଅପରାହ୍ଣରୁ ବରୀ ଥାନା ଆଗରେ ଧାରଣା ଦେଇଥିଲେ l ବରୀ ଥାନା ଅଧିକାରୀ ମନୋଜ କୁମାର ବହୁ ବୁଝା ସୁଝା କରିଥିଲେ ମଧ୍ୟ ଧାରଣା ରତ ସାମ୍ବାଦିକ ମାନେ ଧାରଣାରୁ ଓହରି ନଥିଲେ ବିଳମ୍ବିତ ରାତିରେ ଯାଜପୁର ଏସଡ଼ିପିଓ ସରୋଜ କୁମାର ଉପାଧ୍ୟାୟ ଧାରଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଦୃଢ଼ ପ୍ରତିଶୃତି ଦେବା ପରେ ସାମ୍ବାଦିକ ସଙ୍ଘ ବରୀର କର୍ମକର୍ତା ମାନେ ଧାରଣାରୁ ଓହରି ଯାଇଥିଲେ l କିନ୍ତୁ ଯଦି ଅଭିଯୁକ୍ତ ଉଚିତ ସମୟ ମଧ୍ୟରେ ଧରା ନ ଯାଏ ତେବେ ସାମ୍ବାଦିକ ସଙ୍ଘ ଅନଶନ କରିବାକୁ ପଛାଇବ ନାହିଁ ବୋଲି ପ୍ରକାଶ କରିଛି l ବିବରଣିରୁ ପ୍ରକାଶ ଯେ ଗତ ୮ ତାରିଖ (ସୋମବାର) ଦିନ ସାମ୍ବାଦିକ ସୁରେଶ କୁମାର କର ସମ୍ବାଦ ସଂଗ୍ରହ କାର୍ଯ୍ୟରେ ଯାଇ ଫେରୁଥିବା ସମୟରେ ସେହି ଗ୍ରାମର ପ୍ରାନ୍ତ ପ୍ରଗତି ମହାନ୍ତି (ଚିଲୁ) ନାମକ ଜଣେ ଯୁବକ ଅତର୍କିତ ଆକ୍ରମଣ କରିବା ସହ ତାଙ୍କୁ ଟାଣି ଟାଣି ନେଇ ତାଙ୍କ ଘରେ ୧ ଘଣ୍ଟା ବନ୍ଦିକରୀ ରଖି ଚିଲୁ ଏବଂ ତାଙ୍କ ସାନଭାଇ ପ୍ରଭାସ ଜ୍ୟୋତି ମହାନ୍ତିଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ମିଶି ଆକ୍ରମଣ କରିବା ସହ ସୁରେଶଙ୍କ ମୋବାଇଲ ଫୋନ ଟିକୁ ତଳେ କଚାଡି ଭାଙ୍ଗି ଦେଇଥିଲେ l ଏ ବିଷୟରେ ଖବର ପାଇ ସାମ୍ବାଦିକ ସଙ୍ଘ ବରୀର ସଦସ୍ୟମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇ ଚିକିତ୍ସା କରାଇବା ପରେ ଶ୍ରୀ କର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l କିନ୍ତୁ ୪ ଦିନ ପରେ ମଧ୍ୟ ବରୀ ପୋଲିସ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନ ନେବାରୁ ଶୁକ୍ରବାର ଦିନ ଶ୍ରୀ କରଙ୍କ ସମେତ ସାମ୍ବାଦିକ ସଙ୍ଘ ବରୀର ସମସ୍ତ ସଦସ୍ୟ ମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ l ଆରକ୍ଷୀ ଅଧିକ୍ଷକ ପ୍ରତିଶୃତି ଦେଇଥିଲେ ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ କିନ୍ତୁ ୩୦ ଘଣ୍ଟା ବିତିଗଲା ପରେ ବି ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ସାମ୍ବାଦିକ ସଙ୍ଘ ବରୀର ସମସ୍ତ ସଦସ୍ୟ ମାନେ ବାଧ୍ୟ ହୋଇ ବରୀ ଥାନା ଆଗରେ ଧାରଣାରେ ବସିଥିଲେ  l

Leave A Reply

Your email address will not be published.